ଝାରସୁଗୁଡ଼ାରୁ ପୁଣି ୯ କରୋନା ପଜିଟିଭ ଚିହ୍ନଟ: ୪୦୦ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ପୁଣି ୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଶହକୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି, ଜଣଙ୍କର ମୃତ୍ୟୁ ଘଟିଛି ଓ ୮୨ଜଣ ଚିକିତ୍ସିତ ହେଉଛନ୍ତି।
ସୂଚନାଯୋଗ୍ୟ, ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଆକ୍ରାନ୍ତଙ୍କୁ ସଙ୍ଗେସଙ୍ଗେ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯିବା ସହ ଉକ୍ତ ଅଞ୍ଚଳକୁ ସାନିଟାଇଜ କରି କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଉଛି। ସେହିପରି ପ୍ରତ୍ୟେକ ସପ୍ତାହର ଶନି ଓ ରବିବାରକୁ ସାପ୍ତାହିକ ସଟଡାଉନ ଭାବେ ଘୋଷଣା କରାଯାଇଛି। ଏଥିସହିତ ଲୋକଙ୍କୁ ସାମାଜିକ ଦୂରତା ରକ୍ଷା, ମାସ୍କ ପିନ୍ଧିବା, ଏଣେତେଣେ ଛେପ ନ ପକାଇବା, ଅତ୍ୟାବଶ୍ୟକ କାମ ନଥିଲେ ଘରୁ ନବାହାରିବା ପାଇଁ ବାରମ୍ବାର ସଚେତନ କରାଯାଉଛି