ନୂଆଦିଲ୍ଲୀ,ଏଜେନ୍ସି: କରୋନା ଲକ୍ଡାଉନ୍ ଯୋଗୁ ବିଶ୍ୱର ସବୁ ଦେଶରେ ଲୋକେ ଫସି ରହିଛନ୍ତି। ଭାରତର ଲୋକେ ଯେପରି ଅନ୍ୟ ଦେଶରେ ଅଟକି ରହିଛନ୍ତି। ସେପରି ଅନ୍ୟ ଦେଶର ଲୋକେ ମଧ୍ୟ ଭାରତରେ ଅଟକି ରହିଯାଇଛନ୍ତି।
ବିଭିନ୍ନ ଦେଶରେ ଫସି ରହିଥିବା ଲୋକଙ୍କୁ ଆଣିବା ପାଇଁ ଭାରତ ସରକାର ମଇ ୭ ତାରିଖରୁ ବନ୍ଦେ ଭାରତ ମିଶନ ଆରମ୍ଭ କରିଛନ୍ତି। ଏହି ଅଭିଯାନରେ ଦୁବାଇରୁ ୧୮୧ ଓ ବାଂଲାଦେଶରୁ ୧୬୭ ଜଣ ଭାରତରେ ଆସି ପହଞ୍ଚିଛନ୍ତି।
ସେହିପରି ଏୟାର ଇଣ୍ଡିଆର ଏକ ବିମାନ ଏଆଇ ୧୭୩ ଭାରତରୁ ୮୦ ଆମେରିକୀୟ ନାଗରୀକଙ୍କୁ ନେଇ ଆଜି ସାନ୍ଫ୍ରାନ୍ସିସ୍କୋ ଏୟାରପୋର୍ଟରେ ପହଞ୍ଚିଛି। ଦୀର୍ଘ ୪୮ ଦିନର ଲକ୍ଡାଉନ୍ ପରେ ପ୍ରଥମ ଥର ପାଇଁ ଏୟାର ଇଣ୍ଡିଆର ବିମାନ ଆମେରିକାରେ ପହଞ୍ଚିଛି।