ନୂଆଦିଲ୍ଲୀ: ଦିଲ୍ଲୀର ତିହାଡ଼ ଜେଲରେ ଗତ ୮ ଦିନ ମଧ୍ୟରେ ୫ କଏଦୀଙ୍କ ମୃତ୍ୟୁ ହୋଇଛି। ଜେଲରେ ହେଉଥିବା ଏପରି ଲଗାତାର ମୃତ୍ୟୁକୁ ନେଇ ଉଦବେଗ ସୃଷ୍ଟି ହୋଇଛି। ଦିଲ୍ଲୀ ପୁଲିସ ମୁତାବକ, ପ୍ରାଣ ହରାଇଥିବା ସମସ୍ତ କଏଦୀଙ୍କ ମୃତ୍ୟୁ ସ୍ୱାଭାବିକ ଭାବେ ହୋଇଛି। କିନ୍ତୁ ଧାରା ୧୭୬ ସିଆରପିସି ଅନ୍ତର୍ଗତ ମାଜିଷ୍ଟ୍ରେଟ ଯାଞ୍ଚ କରାଯାଉଛି।
ସୂଚନାଯୋଗ୍ୟ, ଦିଲ୍ଲୀର ତିହାଡ଼ ଜେଲ ଦେଶର ସବୁଠୁ ସୁରକ୍ଷିତ ଜେଲ ରୂପେ ପରିଗଣିତ। ଏଠାରେ ରହୁଥିବା କଏଦୀଙ୍କ ସୁରକ୍ଷା ଓ ସୁବିଧା ଅନ୍ୟ ଜେଲ ତୁଳନାରେ ଖୁବ୍ ଭଲ। ସେଥିପାଇଁ ୮ ଦିନରେ ୫ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି।