ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା

୯ ମେଡିକାଲ କଲେଜ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ ଉପହାର ଦେବାକୁ ଯାଉଛନ୍ତି। ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ଜୁଲାଇ ୩୦ ତାରିଖରେ ୟୁପିରେ ୯ଟି ମେଡିକାଲ କଲେଜ ଲୋକାର୍ପଣ କରିବେ। ଏନେଇ ସିଦ୍ଧାର୍ଥନଗରଠାରେ ପ୍ରସ୍ତୁତି ଚାଲିଛି। ଆଗାମୀ ଦୁଇଦିନ ମଧ୍ୟରେ ସିଦ୍ଧାର୍ଥନଗର ଯାଇ କାର୍ଯ୍ୟକ୍ରମର ତଦାରଖ କରିବେ ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷରେ, ପ୍ରଧାନମନ୍ତ୍ରୀ କଲେଜଗୁଡିକୁ ଲୋକର୍ପଣ କରିବା ପୂର୍ବରୁ ମେଡିକାଲ କର୍ମଚାରୀ ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଇଛି। ଏହାସହ ଲୋକର୍ପଣ ଦିନ ନିଜେ ପ୍ରଧାନମନ୍ତ୍ରୀ ୪୫୦ ଜଣ ମେଡିକାଲ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ବୋଲି ସୂଚନା ମିଳିଛି। କେବଳ ସେତିକି ନୁହେଁ, ରାଜ୍ୟ ସରକାର ଚଳିତ ବର୍ଷ ଆଉ ୧୩ଟି ମେଡିକାଲ କଲେଜ ଆରମ୍ଭ କରିବେ ବୋଲି କୁହାଯାଇଛି।
ଲୋକାର୍ପଣ ହେବାକୁ ଥିବା ଏହି ୯ଟି ମେଡିକାଲ କଲେଜ ବ୍ୟତୀତ ଅଯୋଧ୍ୟା, ଫିରୋଜାବାଦ ଓ ଶାହାଜାହାଁପୁର ଜିଲ୍ଲାରେ ଥିବା ମେଡିକାଲଗୁଡିକୁ ଅପଗ୍ରେଡ କରି ମେଡିକାଲ କଲେଜଭାବେ ନିର୍ମାଣ କରାଯାଉଛି।