୮ ଫୁଟର ଅଜଗର ସାପ ଉଦ୍ଧାର କଲେ ବିକି

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବେଳଗାଁ ସ୍ଥିତ ସ୍ଥାନୀୟ ସ୍ବାଧୀନତା ପଡ଼ା ଠାରେ ଏକ ଅଜଗର ସାପ ରହିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ପ୍ରକୃତିକ ବନ୍ଧୁ ବିକି ଜୀ ନାଗଙ୍କୁ ଖବର ଦେବା ପରେ ଉକ୍ତ ସ୍ଥାନରେ ପହଞ୍ଚି ଏକ ୮ ଫୁଟର ଅଜଗର ସାପକୁ ଉଦ୍ଧାର କରିଥିଲେ।

ସାପର ଉଜନ ୧୨ କେଜି ହେବ ବୋଲି ଜଣାପଡିଛି। ବେଳଗାଁ ବନ ବିଭାଗର କର୍ମଚାରୀ ତପସ୍ୱିନୀ ରଣାଙ୍କ ଉପସ୍ଥିତିରେ ସ୍ଥାନୀୟ ଜଙ୍ଗଲରେ ସାପଟିକୁ ଛଡାଯାଇଥିବା ସୂଚନା ମିଳିଛି।