କୋରାପୁଟରୁ ୭୭ କରୋନା ପଜିଟିଭ ଚିହ୍ନଟ : ସଂଖ୍ୟା ୫,୭୨୯କୁ ବୃଦ୍ଧି

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲାରେ ୭୭ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୭୨୯ରେ ପହଞ୍ଚିଥିବା ନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କୋରାପୁଟ ପୌରାଞ୍ଚଳରୁ ୧୧ଜଣ, ଜୟପୁର ପୌରାଞ୍ଚଳରୁ ୧୬, ସୁନାବେଡ଼ା ପୌରାଞ୍ଚଳରୁ ୧୩ଜଣ ଓ କୋଟପାଡ଼ ଏନଏସିରୁ ୪ଜଣ ରହିଛନ୍ତି। ସେଥିମଧ୍ୟରୁ ଟିଏମସି କେନ୍ଦ୍ରରୁ ଜଣେ, ହୋମ୍ କ୍ୱାରେଣ୍ଟାଇନରୁ ୪୦ଜଣ ଓ ୩୬ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱର ଫେରନ୍ତା ଥିବା ଟ୍ରାଭେଲ୍ ହିଷ୍ଟ୍ରୀରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୭୨୯ ହୋଇଥିବାବେଳେ ୪,୮୬୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।