ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ସଂକ୍ରମଣ ଥମିବାର ନାଁ ନେଉନାହିଁ। ଦେଶରେ ସଂକ୍ରମିତ କରୋନା ସଂଖ୍ୟା ୬୬ ଲକ୍ଷ ଅତିକ୍ରମ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ସକାଳେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୭୪,୪୪୨ ନୂତନ କୋଭିଡ-୧୯ ମାମଲା ଚିହ୍ନଟ ହୋଇଛି। ଏଥିସହିତ ଦେଶରେ ମୋଟ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୬୬,୨୩,୮୧୫କୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟା ୯୦୩ ରୋଗୀ କରୋନାରେ ପ୍ରାଣ ହରାଇଛନ୍ତି। ଫଳରେ ଦେଶରେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୦୨,୬୮୫ରେ ପହଞ୍ଚିଛି।
ତେବେ ଅସ୍ୱସ୍ତିକର ଖବର ହେଉଛି କି, ଗତ ୨୪ ଘଣ୍ଟା ମଧ୍ୟରେ ୭୬,୭୩୭ ରୋଗୀ କରୋନାକୁ ପରାସ୍ତ କରି ସୁସ୍ଥ ହୋଇଛନ୍ତି। ଏନେଇ ଆଜି ସୁଦ୍ଧା ଦେଶରେ ୫୫,୮୬,୭୦୩ ରୋଗୀ ସୁସ୍ଥ ହୋଇସାରିଥିବା ବେଳେ ୯,୩୪,୪୨୭ ଆକ୍ରାନ୍ତ ସକ୍ରିୟ ଅଛନ୍ତି।