ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ୭୩ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ସଂକ୍ରମିତଙ୍କ ସଂଖ୍ୟା ୧୪୭୫କୁ ବୃଦ୍ଧି ପାଇଛି। ଅନ୍ୟପଟେ ଜଣଙ୍କର ମୃତ୍ୟୁ ଘଟିଛି।
ଆଜିର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ମାଲକାନଗିରି ପୌରପରିଷଦ ଅଞ୍ଚଳରୁ ୩୦, ବାଲିମେଳା ଏନଏସିରୁ ୧୨, ଖଇରପୁଟ ବ୍ଲକରୁ ୮, ମାଥିଲି ବ୍ଲକରୁ ୨, ଚିତ୍ରକୋଣ୍ଡା ବ୍ଲକରୁ ୩ , କୋରୁକୋଣ୍ଡା ବ୍ଲକରୁ ୧୪, ମାଲକାନଗିରି ଓ ପଡ଼ିଆ ବ୍ଲକରୁ ୨ଜଣ ଲେଖାଏଁ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୨୩ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାବେଳେ ୧୭ଜଣ ବିଭିନ୍ନ କ୍ଲିନିକରୁ ଚିହ୍ନଟ ହୋଇଛନ୍ତି। ସେହିଭଳି ୨୮ଜଣ ଘର ଘର ସର୍ଭେ ସମୟରେ ଚିହ୍ନଟ ହୋଇଥିବାବେଳେ ୫ଜଣ ବାହାର ରାଜ୍ୟ ଓ ହଟସ୍ପଟ ଜିଲ୍ଲା ଫେରନ୍ତା ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଆଜିର ୭୩ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭୫ ହୋଇଥିବାବେଳେ ୩ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ୯୫୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୫୨୨ଜଣ ଚିକିତ୍ସିତ ହେଉଛନ୍ତି।