କୋରାପୁଟ ଜିଲ୍ଲାରୁ ୭୨ ପଜିଟିଭ୍ ଚିହ୍ନଟ

କୋରାପୁଟ,ଏନ୍ଏନ୍ଏସ୍ : ରବିବାର କୋରାପୁଟ ଜିଲ୍ଲାରେ ୭୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୬୩୭ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୪ଜଣ ଟିଏମସି କେନ୍ଦ୍ର ଓ ୩୨ଜଣ ହୋମ୍ କ୍ୱାରେନଣ୍ଟାଇନର ହୋଇଥିବାବେଳେ ୩୬ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଆଜି କୋରାପୁଟ ଓ ଜୟପୁର ପୌରାଞ୍ଚଳରୁ ୧୪ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ସୁନାବେଡା ପୌରାଞ୍ଚଳରୁ ଜଣେ ଏବଂ କୋଟପାଡ ଏନଏସିରୁ ୨ ଜଣ ରହିଛନ୍ତି। ସେହିପରି ବୈପାରିଗୁଡା ବ୍ଲକରୁ ୫, ବୋରିଗୁମ୍ମା ବ୍ଲକରୁ ୨, ଦଶମନ୍ତ ପୁରରୁ ୩ଜଣ, ଜୟପୁର ବ୍ଲକରୁ ୧୦ଜଣ ଓ କୋରାପୁଟ ବ୍ଲକରୁ ୪ଜଣ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ କୋଟପାଡ ବ୍ଲକରୁ ୪, କୁନ୍ଦୁରା ବ୍ଲକରୁ ୪, ଲମତାପୁଟରୁ ୨, ଲକ୍ଷ୍ମୀପୁର ବ୍ଲକରୁ ୫ ଓ ନନ୍ଦପୁରରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।