ମଦ୍ରାସା ନିଟକରେ ବିସ୍ଫୋରଣ, ୭ ମୃତ, ୭୦ ଛାତ୍ରଛାତ୍ରୀ ଆହତ

ପେଶାୱର , ଏଜେନ୍ସି: ପାକିସ୍ତାନର ପେଶାୱରରେ ଏକ ମଦ୍ରାସା ନିଟକରେ ବିସ୍ଫୋରଣ ଘଟି ୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭୦ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଅବସ୍ଥା ଗୁରୁତର ରହିଛି। ତେବେ ବିସ୍ଫୋରଣର କାରଣ ବିଷୟରେ ଜଣା ଯାଇନାହିଁ। ସ୍ଥାନୀୟଲୋକଙ୍କ କହିବା ଅନୁସାରେ, ଏହା ସିଲିଣ୍ଡର ଫାଟି ବ୍ଲାଷ୍ଟ ହୋଇଛି। ପାଠପଢ଼ା ଚାଲିଥିବାବେଳେ ବିସ୍ଫୋରଣ ହୋଇଥିଲା। ସମସ୍ତ ଆହତଙ୍କୁ ଏମରଜେନ୍ସି ୱାର୍ଡ଼ରେ ରଖାଯାଇଛି।