ବିଶ୍ୱକପ ପୂର୍ବରୁ ଅପଗ୍ରେଡ ହେବ ୭ ଷ୍ଟାଡିୟମ

ନୂଆଦିଲ୍ଲୀ: ବିଶ୍ୱକପ ୨୦୨୩ର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଅକ୍ଟୋବର ୫ରେ ଅହମ୍ମଦାବାଦରେ ଖେଳାଯିବ । ଏଥର ଭାରତରେ ବିଶ୍ୱକପ ଆୟୋଜିତ ହେଉଥିବାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଷ୍ଟାଡିୟମ ଅପଗ୍ରେଡ କାମ ଆରମ୍ଭ କରିଦେଇଛି । ଫଳରେ ୫୦ କୋଟି ଲେଖାଏଁ ବ୍ୟୟରେ ୭ଟି ଷ୍ଟାଡିୟମ ଅପଗ୍ରେଡ କରାଯିବ । ଏହି ଲିଷ୍ଟରେ କୋଲକାତାର ଇଡେନ ଗାର୍ଡେନ୍ସରୁ ଲଖନଊର ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମ ସାମିଲ ରହିଛି ।

ବିସିସିଆଇ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ନୂଆ ଫ୍ଲଡଲାଇଟ୍ସ ଓ କର୍ପୋରେଟ ବକ୍ସ ଲଗାଇବ । କୋଲକାତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମର ଡ୍ରେସିଂ ରୁମ୍ ଅପଗ୍ରେଡ କରାଯିବ । ଧର୍ମଶାଳାର ନୂଆ ଆଉଟଫିଲ୍ଡ ପ୍ରସ୍ତୁତ କରାଯିବ । ପୁଣେ ଷ୍ଟାଡିୟମର ଛାତ କାମ ହେବ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସିଟ୍ସ ଓ ଶୌଚାଳୟ ଠିକ୍ କରାଯିବ । ଏଠାରେ ଟିକେଟ ସିଷ୍ଟମକୁ ମଧ୍ୟ ଅପଗ୍ରେଡ କରାଯିବ । ଚେନ୍ନାଇରେ ପିଚ୍ କାମ ସହ ଏଲଇଡି ଲାଇଟ୍ସ କାମ ହେବ ।