ଷଷ୍ଠ ଶ୍ରେଣୀ ଛାତ୍ରର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସହାୟତା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଠାକୁରପଡ଼ା ଗ୍ରାମର କୁନାଲ ବେହେରା(୧୧) ନିଜର ସଞ୍ଚୟ ଟଙ୍କାକୁ ମୁଖ୍ୟମନ୍ତ୍ରୀ ରିଲିିଫ ଫଣ୍ଡକୁ ଦାନ କରିଛନ୍ତି। ସେ ୧ ବର୍ଷରୁ କୁମ୍ପିରେ ରଖିଥିବା ୨୦୨୦ ଟଙ୍କାକୁ କରୋନା ମୁକାବିଲା ପାଇଁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ପ୍ରଦାନ କରିଛନ୍ତି। ପ୍ରକାଶଯୋଗ୍ୟ ଯେ, ଠାକୁରପଡ଼ା ଗ୍ରାମର ସୁରେନ୍ଦ୍ର ବେହେରା ଓ ରୀନା ବେହେରାଙ୍କ ପୁଅ କୁନାଲ ବିକାଶ ଟେକ୍ନୋ ସ୍କୁଲରେ ଷଷ୍ଠ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି।
ରାଜ୍ୟ ସରକାର ରାଜ୍ୟବାସୀଙ୍କୁ କରୋନା କବଳରୁ ରକ୍ଷା କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କ ଚିକିତ୍ସା ତଥା ଗରିବ ଲୋକଙ୍କ ସହାୟତା ପାଇଁ ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ତେଣୁ ସରକାରଙ୍କ ଏହି ମହତ କାର୍ଯ୍ୟରେ କିଛି ସହଯୋଗ କରି ଖୁସିଥିବା କୁନାଲ କହିଛନ୍ତି। ଏଥି ସହିତ ସମସ୍ତ ଆର୍ଥିକ ସ୍ୱଚ୍ଛଳ ଲୋକେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହଯୋଗ କରିବାର ଆବଶ୍ୟକତା ରହିଛି ବୋଲି ମଧ୍ୟ ସେ କହିଛନ୍ତି।