ମାଲକାନଗିରିରୁ ପୁଣି ୬୯ ଆକ୍ରାନ୍ତ ଚିହ୍ନଟ: ସଂଖ୍ୟା ୩,୧୮୩ କୁ ବୃଦ୍ଧି

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ପୁଣି ୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୮୩କୁ ବୃଦ୍ଧି ପାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ମାଲକାନଗିରି ପୌର ପରିଷଦ ଅଂଚଳରୁ ୧୬ଜଣ, କାଲିମେଳା ବ୍ଲକରୁ ୧୫ଜଣ, ମାଲକାନଗିରି ବ୍ଲକ, ଖଇରପୁଟ ବ୍ଲକ ଓ ବାଲିମେଳା ଏନଏସିରୁ ୯ଜଣ ଲେଖାଏଁ, ପଡ଼ିଆ ବ୍ଲକରୁ ୫ଜଣ, ମାଥିଲି ବ୍ଲକ, କୋରୁକୋଣ୍ଡା ବ୍ଲକ ଓ ଚିତ୍ରକୋଣ୍ଡା ବ୍ଲକରୁ ୨ଜଣ ଲେଖାଏଁ ରହିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୭ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାବେଳେ ୨୪ ଜଣ କ୍ଲିନିକରୁ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହପରିି ୨୮ ଜଣ ଘର ଘର ସର୍ଭେ ବେଳେ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୮୩ ହୋଇଥିବାବେଳେ ୨,୭୪୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେଥିମଧ୍ୟରୁ ୮ ଜଣଙ୍କର ମୃତ୍ୟୁ ଘଟିଛି ଓ ୪୩୧ ଜଣ ଚିକିତ୍ସିତ ହେଉଛନ୍ତି।