କେସିଙ୍ଗା ସରକାରୀ ବିଦ୍ୟାଳୟର ୬୪ ତମ ବାର୍ଷିକ ଉତ୍ସବ

କେସିଙ୍ଗା,ଏନ୍‌ଏନ୍ଏସ୍‌: କେସିଙ୍ଗା ସରକାରୀ ବିଦ୍ୟାଳୟର ୬୪ ତମ ବାର୍ଷିକ ଉତ୍ସବ  ବିଦ୍ୟାଳୟ ପଡିଆରେ ଥିବା ବୁଢା ରାଜା ମଞ୍ଚ ଠାରେ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବରେ ନର୍ଲା ବିଧାୟକ ଭୁପିନ୍ଦର ସିଂ ଯୋଗଦାନ କରିଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଓ  ଆଇଏଏସ ଓପେପା ନିର୍ଦ୍ଦେଶକ ଅନୁପମ ସାହା ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଭବାନୀପାଟଣା ଶ୍ରୀ ସତ୍ୟସାଇ ବିଦ୍ୟାଳୟ ର ଅଧ୍ୟକ୍ଷ ଡା.ଉମେଶ ଚନ୍ଦ୍ର ସତପଥୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର, ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି, ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ ବ୍ଲକ ଶିକ୍ଷା ଅଧିକାରୀ ବବୃବାହାନ ପ୍ରଧାନ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ସିଂହ ଶିକ୍ଷାର ବିକାଶ ଉପରେ ଗୁରୁତ୍ୱାରୋପ କରିଥିବା ବେଳେ ଓପେପା ନିର୍ଦେଶକ ଶ୍ରୀ ସାହା ୫ଟି ମାଧ୍ୟମରେ ସ୍କୁଲ ଗୁଡ଼ିକ ବେସରକାରୀ ସ୍କୁଲ ଠାରୁବି ଭିତିଭୂମିରେ ଅଧିକ ମଜଭୁତ ହୋଇଯାଇଥିବା ଉଲ୍ଲେଖ କରି ଛାତ୍ରଛାତ୍ରୀ ଭଲ ପଢି ଭଲ ମଣିଷ ହେବା ବୋଲି କହିଥିଲେ।

ମୁଁ ଏହି ବିଦ୍ୟାଳୟରୁ ପଢି ଆଜି ଆଇଏଏସ ଅଧିକାରୀ ହୋଇପାରିଛି କାଲି କଠିନ ପରିଶ୍ରମ କରି ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ କାଲି ଆମ ପାଇଁ ଗୌରବ ଆଣିପାରିବେ ବୋଲି ସେ ପ୍ରେରଣା ଦାୟକ ଅଭିଭାଷଣ ରଖିଥିଲେ। ମୁଖ୍ୟବକ୍ତା ଭାବରେ ଶିକ୍ଷାବିତ ଶ୍ରୀ ଶତପଥୀ  ଛାତ୍ରଛାତ୍ରୀଙ୍କ ଆଗ୍ରହ ଓ ରୁଚି ଅନୁଯାୟୀ ପାଠ ପଢେଇଲେ ଏକ ଛାତ୍ରର ସୁନ୍ଦର ଭବିଷ୍ୟତ ହୋଇପାରିବ ଏବଂ ସେଥିପାଇଁ ଛାତ୍ରର ଉଦ୍ୟମ ଜରୁରୀ ବୋଲି କହିଥିଲେ। ଏହି ଅବସରରେ ବିଭିନ୍ନ କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମର ଶେଷ ପଯ୍ୟାୟରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମରେ ବୁଢା ରାଜା ମଞ୍ଚ ଦୁଲୁକିଥିଲା। ଏହି କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ହେମନ୍ତ କୁମାର ବାଗ ଓ ବିକ୍ରମ ଦେବ ସାହୁ ମଞ୍ଚ ପରିଚାଳନା କରିଥିଲେ।