ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲାର ଡୁମେରମୁଣ୍ଡା ଗାଁର ନିକଟସ୍ଥ ହୀରାକୁଦ ରିଜର୍ଭରରେ ଥିବା ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଖୁଣ୍ଟରେ ୬ଟି ମାଙ୍କଡ ୩ ମାସ ହେଲାଣି ଫସି ରହିଛନ୍ତି। କଂକ୍ରିଟ ବେସ୍ ଚାରିପଟେ ହିରାକୁଦ ରିର୍ଜରର ପାଣି ଘେରି ରହିଥିବାବେଳେ ଉପରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ରହିଛି। ଫଳରେ ମାଙ୍କଡମାନେ କୁଆଡେ ଯାଇପାରୁ ନାହାନ୍ତି।
ଖାଦ୍ୟ ଅଭାବରୁ ବର୍ତ୍ତମାନ ମାଙ୍କଡ଼ମାନେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ପ୍ରତିଦିନ ୩ ଓଳି ଖାଇବା ଦେଇ ଗ୍ରାମବାସୀ ମାଙ୍କଡ଼ମାନଙ୍କୁ କଷ୍ଟେ ମଷ୍ଟେ ଜୀବିତ ରଖିଛନ୍ତି। ଏ ସମ୍ପର୍କରେ ବନବିଭାଗ ଖବର ପାଇ ବୁଧବାର ସ୍ଥାନୀୟଲୋକ ଓ କିଛି ମତ୍ସଜୀବିଙ୍କ ସହ ଉଦ୍ଧାର ପାଇଁ ଚେଷ୍ଟ କରିଥିଲେ। ସେମାନେ ଗୋଟିଏ ଛୋଟ ମାଙ୍କଡକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡିଥିଲେ ହେଁ ଅନ୍ୟ ମାଙ୍କଡମାନେ ସେଠାରେ ଫସି ରହିଛନ୍ତି।
