ନୂଆପଡ଼ା,ଏନ୍ଏନ୍ ଏସ : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ସଦର ମହକୁମାରୁ ସାଢ଼େ ୬ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ମିଳିଥିବା ରିପୋର୍ଟ ମୁତାବକ, ପାଇକପଡ଼ାର ପିଙ୍କୁ ସାହୁଙ୍କ ଘରକୁ ଏହି ଅଜଗର ସାପଟି ପଶି ଆସିଥିଲା। ପରିବାର ଲୋକେ ଭୟଭୀତ ହୋଇ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ। ପରେ କୋମନା ବନ କର୍ମଚାରୀ ସାପ ଧରାଳି ହରେରାମ କଣ୍ଟାଙ୍କ ସହଯୋଗରେ ଅଜଗରକୁ ଉଦ୍ଧାର କରିଥିଲେ। ତେବେ ସ୍ଥାନୀୟ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ସାପର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ନିକଟସ୍ଥ ତନ୍ଦୁଲ ପାହାଡ଼ରେ ଛାଡ଼ି ଦିଆଯାଇଛି।