ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପର ସମୀକ୍ଷା କଲେ ୫ଟି ସଚିବ

ପୁରୀ,ଏନ୍ଏନ୍ଏସ୍: ପୁରୀ ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ । ଗୁରୁବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି । ପ୍ରକଳ୍ପ କାମ ବୁଲି ଦେଖିବା ସହ କାର୍ଯ୍ୟ କେତେ ଦୂର ଆଗକୁ ବଢିଛି ଓ କେଉଁ କେଉଁ କାର୍ଯ୍ୟ ଆଗକୁ ଆରମ୍ଭ ହେବ ସେନେଇ ସମୀକ୍ଷା ମଧ୍ୟ କରିଥିଲେ ।

ଏହାପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ଆଲୋଚନା କରିଥିଲେ ପାଣ୍ଡିଆନ । ୫ଟି ସଚିବଙ୍କ ଏହି ଗସ୍ତରେ ଓବିସିସି ଅଧିକାରୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିବା ପରେ ଖୁବ ଶୀଘ୍ର କାର୍ଯ୍ୟକୁ ସଫଳ ରୂପାୟନ ଦେବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।