ପାରାଦୀପ,ଏନ୍ଏନ୍ଏସ୍: ପ୍ରସ୍ତାବିତ ନଦୀ ଭିତ୍ତିକ ବନ୍ଦର, ଜେଟି ନିର୍ମାଣ ପରୀକ୍ଷଣର ସମୀକ୍ଷା କରିବା ପାଇଁ ପାରାଦ୍ବୀପରେ ପହଞ୍ଚିଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଓ ୫ଟି ସଚିବ ଭି. କେ. ପାଣ୍ଡିଆନ୍। ତାଙ୍କ ସହ ପରିବହନ କମିସନର ବି ପାରାଦ୍ବୀପ ଯାଇଛନ୍ତି। ମହାନଦୀ ଭିତରକୁ ଟଗ୍ ବୋଟରେ ଯାଇ କ୍ଷେତ୍ର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଓ ଫାଇଭ ଟି ସଚିବ। ଏତିକିବେଳେ ସେମାନଙ୍କ ସହ ଉପସ୍ଥିତ ଥିଲେ ପାରାଦ୍ବୀପ ପୋର୍ଟ ଅଧ୍ୟକ୍ଷ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳ।