5G ସ୍ପେକ୍ଟ୍ରମ ନିଲାମୀ ଶେଷ, ସବୁଠାରୁ ଅଧିକ ବିଡ୍‌ ଲଗାଇଲା ଜିଓ

ନୂଆଦିଲ୍ଲୀ,ଏଜେନ୍ସି: ଶେଷ ହେଲା ୫ଜି ସ୍ପେକ୍ଟ୍ରମ ନିଲାମୀ । ଅକ୍ଟୋବର ସୁଦ୍ଧା ଦେଶରେ ୫ଜି ସେବା ଆରମ୍ଭ ହେବ । ୫ଜି ସ୍ପେକ୍ଟ୍ରମ ନିଲାମୀରେ ମୋଟ ୧ କୋଟି ୫୦ ଲକ୍ଷ ୧୭୩ କୋଟି ଟଙ୍କାରେ ୭୨ ହଜାର ୦୯୮ MHz ନିଲାମୀ ପ୍ରକ୍ରିୟାରେ ଅଫର୍‌ କରାଯାଇଥିଲା । ତେବେ ଏଥିମଧ୍ୟରୁ ୫୧ ହଜାର ୨୩୬ MHz ବିକ୍ରି ହୋଇଛି । ଏହାକୁ ନେଇ ଟେଲିକମ୍‌ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ତେବେ ଗୋଟିଏ ଟାଓ୍ୱାରରେ 700 MHz ଏୟାର ୱେଭ୍‌ ଲିମିଟ ରହିବ ।

ରୋଚକ କଥା ହେଉଛି ପୁଣି ଥରେ ଟେଲିକମ୍‌ ଦୁନିଆରେ ନିଜ ଦବବଦା ଜାହିର କରିବାକୁ ଯାଉଛି ରିଲିଆନ୍ସ ଜିଓ ଗ୍ରୁପ୍‌ । ୫ଜି ସ୍ପେକ୍ଟ୍ରମ ନିଲାମୀରେ ସବୁଠାରୁ ଅଧିକ ବିଡ୍‌ ଲଗାଇଛି ରିଲିଆନ୍ସ ଜିଓ । ଏହି ନିଲାମୀରେ ୮୮ ହଜାର ୦୭୮ କୋଟି ଟଙ୍କା ବିଡ୍‌ ଲଗାଇ ସ୍ପେକ୍ଟ୍ରମ୍‌ର ପ୍ରାୟ ଅଧା ଏୟାର ୱେଭ୍‌ କିଣିଛି ଜିଓ । ତେବେ

ତା ପଛକୁ ଅଦାନୀ ଗ୍ରୁପ୍‌ ମଧ୍ୟ ଟେଲିକମ୍‌ ଦୁନିଆରେ ନିଜ ଉପସ୍ଥିତି ଜାହିର କରିବାକୁ ଆଗେଇ ଆସିଛି । ଅଦାନୀ ଗ୍ରୁପ୍‌ ୨୧୨ କୋଟି ଟଙ୍କା ବିଡ୍‌ରେ ୪୦୦ MHzର ଏୟାର ୱେଭ୍‌ କିଣିଛି । ଏହି ବ୍ୟାଣ୍ଡର ସିଗ୍ନାଲ ରେଞ୍ଜ୍‌ ୬ରୁ ୧୦ କିମି ରହିବ । ଦେଶର ୨୨ଟି ସର୍କଲ୍‌ରେ ଏହା କାର୍ଯ୍ୟ କରିବ ।

ସେହିଭଳି ସୁନୀଲ ଭାରତୀ ମିତ୍ତଲ ଏୟାରଟେଲ ୪୩ ହଜାର ୮୪ ଟଙ୍କା ବିଡ୍‌ ଲଗାଇ ୧୯୮୬୭ MHz ଏୟାରୱେଭ୍‌ ପାଇଛି । ସେହିଭଳି ଏହି ନିଲାମୀରେ ଭୋଡଫୋନ୍‌ ପକ୍ଷରୁ ୧୮ ହଜାର ୭୮୪ ବିଡ୍‌ କରାଯାଇଛି । ପ୍ରଥମ ବର୍ଷରେ ୧୩୩୬୫ କୋଟି ଟଙ୍କା ଆଦାୟ କରାଯିବ ବୋଲି କହିଛନ୍ତି ଟେଲିକମ୍‌ ମନ୍ତ୍ରୀ ।