ଜଲ୍ଲିକାଟୁ ଖେଳରେ ୫୮ ଆହତ

ଚେନ୍ନାଇ,ଏଜେନ୍ସି: ତାମିଲନାଡୁର ପ୍ରସିଦ୍ଧ ଖେଳ ଜଲ୍ଲିକାଟୁ ସମୟରେ ପ୍ରତିବର୍ଷ ବହୁସଂଖ୍ୟକ ଲୋକ ଆହତ ହେଉଥିବା ବେଳେ ଚଳିତବର୍ଷ ଗୁରୁବାର ଆୟୋଜିତ ହୋଇଥିବା ଏହି ଖେଳରେ ମଦୁରାଇଠାରେ ୫୮ଜଣ ଆହତ ହୋଇଛନ୍ତି। ଫସଲ ଉତ୍ପାଦନ ସମୟରେ ପୋଙ୍ଗଲ ପର୍ବ ପାଳନ ସମୟରେ ଅଭନିୟାପୁରମ୍ଠାରେ ଏହି ଖେଳର ଆୟୋଜନ ହୋଇଥିଲା। ଖେଳରେ ୫୨୯ଟି ଷଣ୍ଢଙ୍କର ଉପଯୋଗ ହୋଇଥିଲା। ଖେଳାଳିଙ୍କ ସହ ଉପସ୍ଥିତ ଦର୍ଶକ ମଧ୍ୟ ଆହତ ହୋଇଛନ୍ତି। କାର୍ଯ୍ୟକ୍ରମରେ ୬ଶହରୁ ଅଧିକ ଖେଳାଳି ଭାଗ ନେଇଥିବା ବେଳେ ପ୍ରାୟ ୨୦ହଜାର ଦର୍ଶକ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ରାଜ୍ୟ ନିଗମ ମନ୍ତ୍ରୀ ସେଲ୍ଲୁୁର କେ ରାଜୁ କୋଭିଡ୍ ଗାଇଡଲାଇନ୍ ପାଳନ ଅନୁସାରେ ଉଦଘାଟନ କରିଥିଲେ।