ସାଉଥ ସୁପରଷ୍ଟାର ସୂର୍ଯ୍ୟାଙ୍କୁ କରୋନା

ମୁମ୍ବାଇ: ସାଉଥ ସୁପରଷ୍ଟାର ସୂର୍ଯ୍ୟା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି। ଏବେ ସେ ଚିକିତ୍ସାଧୀନ ଥିବାବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି। ବର୍ତ୍ତମାନ ସୁଦ୍ଧା ସ୍ଥିତି ସାମନ୍ୟ ହୋଇନାହିଁ ସେଥିପାଇଁ ସଚେତନ ରହିବାକୁ ସୂର୍ଯ୍ୟା ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ସୂର୍ଯ୍ୟାଙ୍କ ଶେଷ ଫିଲ୍ମ ‘ସୁରାରାଇ ପଟରୁ’ ଫିଲ୍ମରେ ନଜର ଆସିଥିଲେ। ଫିଲ୍ମଟି ଗତବର୍ଷ ଅମାଜନ ପ୍ରାଇମରେ ନଜର ଆସିଥିଲା। ନିକଟରେ ସେ ମଣିରତ୍ନମଙ୍କ ଫିଲ୍ମ ‘ନବରସ’ରେ ନଜର ଆସିଥିଲେ। ‘ନବରସ’ ଫିଲ୍ମଟି ନେଟଫ୍ଲିକ୍ସରେ ରିଲିଜ ହେବ।