ଝାରସୁଗୁଡାରେ ପୁଣି ୫୬ ପଜିଟିଭ ଚିହ୍ନଟ

ଝାରସୁଗୁଡା, ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲାରେ ପୁଣି ୫୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଝାରସୁଗୁଡା ପୌରପରିଷଦ ଅଞ୍ଚଳରୁ ୩୧ ଜଣ, ବେଲପାହାଡ ପୌରପରିଷଦ ଅଞ୍ଚଳରୁ ୩ ଜଣ, ବ୍ରଜରାଜନଗର ପୌରପରିଷଦ ଅଞ୍ଚଳରୁ ୨ ଜଣ, ଝାରସୁଗୁଡା ବ୍ଲକରୁ ୫ ଜଣ, ଲଖନପୁର ବ୍ଲକ ଅଞ୍ଚଳରୁ ୪ ଜଣ, ଲଇକେରା ବ୍ଲକରୁ ୩ ଜଣ, କୋଲାବିରା ବ୍ଲକରୁ ୩ ଜଣ ଓ କିର୍ମିରା ବ୍ଲକରୁ ୧ ଜଣ ରହିଛନ୍ତି।

ଏହି ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ଗୃହ ସଙ୍ଗରୋଧରେ ଥିବାବେଳେ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଝାରସୁଗୁଡାର ଆଉ ୪ ଜଣ ବ୍ୟକ୍ତି ବାହର ଜିଲ୍ଲାର ଚିକିତ୍ସାଳୟରେ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାର ୫ ହଜାର ୯ ଶହ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫ ହଜାର ୫ଶହ ୪୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୭୮ ଜଣଙ୍କ ଚିକିତ୍ସା ଜାରି ରହିଛି।