ଜନ୍ମଦିନରେ ଉଲଗ୍ନହୋଇ ଦୌଡିଲେ ମଡେଲ ମିଲିନ୍ଦ

ମୁମ୍ବାଇ, ଏଜେନ୍ସି : ମଡେଲ ତଥା ଅଭିନେତା ମିଲିନ୍ଦ ସୋମନଙ୍କ ଏକ ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି। ସେ ସମୁଦ୍ର କୂଳରେ ଉଲଗ୍ନ ହୋଇ ଦୌଡୁଥୁବା ଦେଖିବାକୁ ମିଳିଛି। ସୂଚନା ଯୋଗ୍ୟ, ଆଜି ୫୫ ବର୍ଷ ବୟସରେ ପାଦ ଦେଇଛନ୍ତି ମିଲିନ୍ଦ। ଜନ୍ମ ଦିନ ପାଇଁ ଆଜି ମିଲିନ୍ଦ ସଂପୂର୍ଣ୍ଣ ଭାବେ ଉଲ୍ଲଗ୍ନ ହୋଇ ସମୁଦ୍ରକୂଳରେ ଦୌଡ଼ିଛନ୍ତି। ସେ ଉଲ୍ଲଗ୍ନ ହୋଇ ଦୌଡ଼ିବା ବେଳେ ତାଙ୍କ ପତ୍ନୀ ଏହି ଅବସ୍ଥାରେ ତାଙ୍କର ଫଟୋ ଉଠାଇଥିଲା।

ଏହାପରେ ମିଲିନ୍ଦ ନିଜେ ଏହି ଫଟୋକୁ ଶେୟାର କରି ନିଜକୁ ନିଜେ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, “ମୋତେ ଜନ୍ମଦିନର ଶୁଭେଚ୍ଛା। ୫୫ ଓ ରନିଂ।” ତାଙ୍କ ପତ୍ନୀ ଅଙ୍କିତା କନୱର ମଧ୍ୟ କିଛି ରୋମାଣ୍ଟିକ ଓ ବୋଲ୍ଡ ଅନ୍ଦାଜରେ ଦୁଇ ଜଣଙ୍କ ଫଟୋ ପୋଷ୍ଟ କରି ଜନ୍ମଦିନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଉଲ୍ଲଗ୍ନ ହୋଇ ମିଲିନ୍ଦ ଦୀର୍ଘ ୧୨ କିମି ଯାଏ ସମୁଦ୍ରକୂଳରେ ଦୌଡ଼ିଥିବା ସେ କହିଛନ୍ତି।