ପୁଲିସ ମାଡ଼ରେ ୫୧ ବର୍ଷୀୟ ବୃଦ୍ଧା ମୃତ, ୨ କନେଷ୍ଟବଳ ଗିରଫ

ଆସାମ,ଏଜେନ୍ସି: ଦୁଇ ଆସାମ ପୁଲିସ କନେଷ୍ଟବଳ ମାଡ଼ରେ ଜଣେ ୫୧ ବର୍ଷୀୟ ବୃଦ୍ଧାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏ ନେଇ ଉକ୍ତ ୨ କନେଷ୍ଟବଳଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ୨ ପୁଲିସ କନେଷ୍ଟବଳ ହେଲେ ନଗାଓଁ ଜିଲ୍ଲାର ଯଜୋରି ପୁଲିସ ଷ୍ଟେସନର ୨ ପୁଲିସ କନେଷ୍ଟବଳ ଅଟାଉର ରହମାନ ଓ ପରେସ ଶର୍ମା।

ସୂଚନା ଅନୁଯାୟୀ ଭିଡିପିର ସମ୍ପାଦକ ପାଣିଧର ବୋରାଙ୍କୁ ଏହି ୨ ପୁଲିସ କନେଷ୍ଟବଳ ଗୁରୁବାର ଦିନ ମାଡ଼ ମାରିବା ପରେ ସେ ଗୁରୁତର ହୋଇ ନଗାଓଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମାତ୍ର ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଗୋହାଟିର ଏକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଚିକିତ୍ସିତ ଅବସ୍ଥାରେ ଗୁରୁବାର ବିଳମ୍ବିତ ରାତ୍ରିରେ ତାଙ୍କର ମୃତ୍ୟୁ ହୋଇଛି। ପରେ ସ୍ଥାନୀୟ ଲୋକମାନେ ଯଜୋରି ଥାନାକୁ ଘେରାଉ କରିବା ସହିତ ସେହି କନେଷ୍ଟବଳଙ୍କୁ ଗିରଫ ଦାବି କରିଥିଲେ।

ତେବେ ଉକ୍ତ କନେଷ୍ଟବଳଙ୍କ ସହ ବୋରାଙ୍କ ପୂର୍ବ ଶତ୍ରୁତା ଥିବା ପ୍ରଥମିକ ତଦନ୍ତରୁ ଜଣାପଡ଼ିଥିବା ନଗାଓଁ ଏସପି ଗୌରଭ ଅଭିଜିତ ଦିଲ୍ଲୀପ ସୂଚନା ଦେଇଛନ୍ତି। ଏ ନେଇ ପୁଲିସ ସମ୍ପୃକ୍ତ କନେଷ୍ଟବଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ଘଟଣାର ତଦନ୍ତ ଜାରି ରଖିଛି।