ବାଲେଶ୍ୱରର ଆଉ ଜଣେ ବିଧାୟକ କରୋନା ପଜିଟିଭ

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲାରେ ଆଉଜଣେ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ବିଜେଡି ଦଳର ବୋଲି ଜଣାପଡ଼ିଛି। ବିଧାୟକ ଜଣକ ନିଜେ ଏହି ସୂଚନା ଦେଇଛନ୍ତି। କରୋନା ଲକ୍ଷଣ ଦେଖାଦେବାରୁ ସେ ଗତ ୧୧ ତାରିଖ ଦିନ ସ୍ୱାବ ଟେଷ୍ଟ କରିଥିଲେ। ଆଜି ତାଙ୍କର ରିପୋର୍ଟ ପଜିଟିଭ ଆସିଛି। ସେ ବାଲେଶ୍ୱରର ସ୍ୱର୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ସ୍ମୃତିସଭାରେ ଯୋଗଦେଇଥିଲେ। ସୂଚନାଯୋଗ୍ୟ, ପୂର୍ବରୁ ନୀଳଗିରି ବିଧାୟକ ଓ ସାଲେପୁର ବିଧାୟକ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାକୁ ମଶାଇ ରାଜ୍ୟରେ ତିନିଜଣ ବିଧାୟକ କରୋନାରେ ଆକ୍ରାନ୍ତ ହୋଇସାରିଲେଣି।