କରୋଲ ବାଗ ହନୁମାନ ମନ୍ଦିରରେ କଟାଯିବ ୫୧ କିଲୋର କେକ୍‌

ନୂଆଦିଲ୍ଲୀ: ସମଗ୍ର ଦେଶର ବିଭିନ୍ନ ଅଞ୍ଚଳରେ ଆଜି ଭିନ୍ନ ଭିନ୍ନ ଉପାୟରେ ହନୁମାନ ଜୟନ୍ତୀ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଦିଲ୍ଲୀର କରୋଲ ବାଗସ୍ଥିତ ସିଦ୍ଧ ହନୁମାନ ମନ୍ଦିରରେ ସଂଧ୍ୟା ୬ଟାରେ ୫୧ କିଲୋର କେକ କଟାଯିବ । ଏଥିସହିତ ସଂଧ୍ୟା ପ୍ରାୟ ୭ଟାରେ କ୍ରେନ ସାହଯ୍ୟରେ ୧୦୮ ଫୁଟର ହନୁମାନ ମୂର୍ତ୍ତିଙ୍କ ଆରତୀ କରାଯିବ ।

ସୂଚନାଯୋଗ୍ୟ, କରୋଲ ବାଗସ୍ଥିତ ସିଦ୍ଧ ହନୁମାନ ମନ୍ଦିରରେ ଭୋର ୫ଟାରେ ଶୃଙ୍ଗାର ଆରତି କରାଯାଇଥିଲା । ପରେ ଜଜ୍ଞ ହୋଇଥିବାବେଳେ ଅପରାହ୍ନ ୪ଟାରେ ଭଜନ ସଂଧ୍ୟା ଆୟୋଜନ କରାଯିବ ।