ମହିଳାଙ୍କଠାରୁ ୫୦ ହଜାର ଝାମ୍ପିନେଲେ ଦୁର୍ବୁତ୍ତ

ଦେବଗଡ଼,ଏନ୍ଏନ୍ଏସ୍ : ଦେବଗଡ଼ ସହରର ଏକ ମୁଖ୍ୟ ରାସ୍ତା ଉପରୁ ଚଳନ୍ତା ଅଟୋ ମଧ୍ୟରୁ ଜଣେ ମହିଳାଙ୍କଠାରୁ ବାଇକରେ ୨ଜଣ ଦୁର୍ବୁତ୍ତ ଆସି ୫୦ ହଜାର ଟଙ୍କା ଝାମ୍ପି ନେଇ ଫେରାର ହୋଇଯାଇଛନ୍ତି। ମହିଳାଙ୍କ ଅଭିଯୋଗକ୍ରମେ ଦେବଗଡ଼ ଥାନା ପୁଲିସ ତୁରନ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି। ମିଳିଥିବା ରିପୋର୍ଟ ମୁତାବିକ, ଆଜି ଦିନ ପ୍ରାୟ ୧୨ଟା ସମୟରେ ସରତଳା ଗ୍ରାମର ଚନ୍ଦ୍ରକାନ୍ତି ନାୟକ ଦେବଗଡ଼ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ଏକ ଅଟୋ ଯୋଗେ ନିଜ ଘରକୁ ଫେରୁଥିଲେ। ସେହି ସମୟରେ ଦୁର୍ଗା ମନ୍ଦିର ରାସ୍ତାରେ ଏକ ବାଇକରେ ପିଛା କରୁଥିବା ୨ଜଣ ଦୁର୍ବୁତ୍ତ ଚଳନ୍ତା ଅଟୋ ମଧ୍ୟରୁ ଚନ୍ଦ୍ରକାନ୍ତିଙ୍କ ଟଙ୍କା ଥିବା ବ୍ୟାଗ ଛଡ଼ାଇ ନେଇ ଫେରାର ହୋଇ ଯାଇଥିଲ। ଏନେଇ ଚନ୍ଦ୍ରକାନ୍ତି ଦେବଗଡ଼ ଥାନାରେ ସୂଚନା ଦେବା ପରେ ଏସଡ଼ିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ତୁରନ୍ତ ଘଟଣାର ତଦନ୍ତ ଆରମ୍ଭ କରିବା ସହ ସହରର ବିଭିନ୍ନ ସ୍ଥାନରେ ଯାଞ୍ଚ ଆରମ୍ଭ କରିଥିବା ଜଣାପଡ଼ିଛି ।