ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ପୁଲିସ ହାତରେ ୫ ଲୁଟେରା ଧରା ପଡ଼ିଛନ୍ତି । ଅଭିଯୁକ୍ତମାନେ ହେଲେ ବଲାଙ୍ଗିର ଜିଲ୍ଲାର ସଇଁନ୍ତଲା ବ୍ଲକ୍ ଗଣ୍ଡପତ୍ରାପାଲି ଗାଁର ରାମଲାଲ ସୁନାନୀ(୪୨), ଟୁକୁ ଓରଫ୍ ପବିତ୍ର ଜାଲ(୨୫), ସୁବଲ ବାଗ(୨୪), ଦେଓଗାଁ ବ୍ଲକ୍ ପଦ୍ମପୁର ଗାଁର ବନମାଲି ପୋଢ଼(୨୩) ଓ ଅଲେଖ ପୋଢ଼(୨୫) । ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଅନ୍ନପୂର୍ଣ୍ଣା ଫାଇନାନ୍ସ କଂପାନୀ ବଲାଙ୍ଗିର ଶାଖାରେ ଫିଲଡ଼ କ୍ରେଡିଟ୍ ଅଫିସର ଭାବେ ବିଜୟ କୁମାର ବାରିକ କାମ କରୁଥିବାବେଳେ ସେ ବିଭିନ୍ନ ଗାଁରେ ଥିବା ଗ୍ରୁପ୍ ସଦସ୍ୟାମାନଙ୍କଠାରୁ ଋଣ କିସ୍ତି ସଂଗ୍ରହ କରଥିଲେ । ତେବେ ସେ ଗତ ଜୁଲାଇ ମାସ ୧୩ ତାରିଖ ଦିନ ମହମ୍ମଦପୁର ଏବଂ ପଦ୍ମପୁର ଗାଁରୁ ୩୦ ହଜାର୨୩୦ ଟଙ୍କା ସଂଗ୍ରହ କରି ବଲାଙ୍ଗିର ଫେରୁଥିବାବେଳେ ପଦ୍ମପୁରରୁ ମହମ୍ମଦପୁର ମଝିରେ ଲୁଟର ଶିକାର ହୋଇଥିଲେ । ତେବେ ଲୁଟେରାମାନେ ଆକ୍ରମଣ କରି ତାଙ୍କଠାରୁ ୩୭ ଶହ ଟଙ୍କା, ଡିଏଲ୍, ଆର୍ସି ତଥା ଏଟିଏମ୍ କାର୍ଡରେ ଥିବା ପିନ୍, ମନିପର୍ସ, ଏମ୍ଆଇ ରେଡମି ନୋଟ୍-୪ ମୋବାଇଲ୍ ଫୋନ୍ ଲୁଟି ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତରୁ ଜଣାପଡ଼ିଲା ଯେ, ଅଭିଯୁକ୍ତ ଅଲେଖ ପୋଢଙ୍କ ସମେତ ଅନ୍ୟ ଅଭିଯୁକ୍ତମାନେ ଘଟଣା ଦିନ ଜଂଗଲରେ ଛପି ରହିଥିଲେ । ତେବେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ କରିଥିବାବେଳେ ତାଙ୍କଠାରୁ ମୋବାଇଲ୍ ଫୋନ୍, ଘଟଣାରେ ବ୍ୟବହୃତ ବାଇକ୍ ମଧ୍ୟ ଜବତ କରିଛି।