ଦୁର୍ଘଟଣା ପରେ କାରରେ ଲାଗିଗଲା ନିଆଁ, ଜଳିଗଲେ ଗୋଟିଏ ପରିବାର ୫ ସଦସ୍ୟ

ଆଗ୍ରା,ଏନ୍ଏନ୍ଏସ୍: ଏକ ଟ୍ରକ୍ ଓ କାର୍ ଧକ୍କା ହୋଇ ଗୋଟିଏ ପରିବାର ୫ ସଦସ୍ୟ ଜୀବନ୍ତ ଜଳିଯାଇଥିବା ଦେଖିବାକୁ ମଳିଛି। ଏମିତି ଏକ ଦୁର୍ଘଟଣା ଦେଖିବାୁ ମଳିଛି ଉତ୍ତରପ୍ରଦେଶର ବାଗୱାଲା ଥାନା ଅଞ୍ଚଳରେ।

ସୂଚନା ଅନୁସାରେ, ନୟାଗାଓଁ ଥାନା ଅଞ୍ଚଳର ସୁନୀଲ କୁମାରଙ୍କ ସମେତ ପରିବାରର ୫ଜଣ ସଦସ୍ୟ କାର୍‌ରେ ଦିଲ୍ଲୀରୁ ନିଜ ଗାଁ ଅମରୋହା ଯାଉଥିଲେ। ଏହି ସମୟରେ ବାଗୱାଲା ଥାନା ହିମ୍ମତପୁର ଗାଁ ନିକଟରେ ଦ୍ରୁତଗତିରେ ତାଙ୍କ କାର୍‌ ରାସ୍ତା ଉପରେ ଛିଡ଼ା ହୋଇଥିବା ଏକ ଡମ୍ପର ପଛକୁ ଧକ୍କା ଦେଇଥିଲା। ଏଥିରେ କାରଟିରେ ନିଆଁ ଲାଗିଯାଇଥିଲା।

କାର ଭିତରେ ଥିବା ଲୋକମାନଙ୍କ ଚିତ୍କାର ଶୁଣି ଆଖପାଖର ଲୋକେ ସେଠାକୁ ଦୌଡ଼ି ଆସିଥିଲେ। କିନ୍ତୁ ସେତେବେଳକୁ କାର୍‌ରେ ଥିବା ସମସ୍ତ ୫ ଜଣ ଜୀବନ୍ତ ଜଳିଯାଇଥିଲେ। ମୃତକଙ୍କ ମଧ୍ୟରେ ସୁନୀଲ କୁମାର, ତାଙ୍କ ପରିବାରର ଜଣେ ମହିଳା, ଜଣେ ଯୁବକ ଏବଂ ଅନ୍ୟ ୨ ଶିଶୁ ଥିଲେ। ତେବେ ଦୁର୍ଘଟଣା ପରେ ବର୍ଷା ନାମ୍ନୀ ଏକ ଝିଅ କାର୍‌ ଭିତରୁ ଛିଟିକି ବାହାରେ ପଡ଼ିଥିଲେ। ତାଙ୍କ ଅବସ୍ଥା ଗୁରୁତର ରହିଛି।