କଳାହାଣ୍ଡି,ଏନ୍ଏନ୍ଏସ୍: ବେକାର ଯୁବକଙ୍କୁ ଚାକିରି ଆଶା ଦେଖାଇ ଟଙ୍କା ଠକେଇ ଅଭିଯୋଗ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ ଥାନା ପୁଲିସ ଠକେଇ ମାମଲାରେ ୫ ଜଣଙ୍କୁ ଅଟକ ରଖିଛି।
ସୂଚନା ଅନୁସାରେ, ଭବାନୀପାଟଣା ଟାଉନ ଥାନା ତାରିଣୀ ମନ୍ଦିର ପଡା ଭଡ଼ା ଘରେ ଏକ ଠକ ସଂସ୍ଥା ଅଫିସ କରିଥିଲା। ଚାକିରିର ପ୍ରଲୋଭନ ଦେଖାଇ ଜଣକ ପିଛା ୨୨ ହଜାର ଟଙ୍କା ଆଦାୟ କରିଥିଲା ଏହି ସଂସ୍ଥା। ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲାର ବେକାର ଯୁବକଙ୍କୁ ଠକ ସଂସ୍ଥା ଟାର୍ଗେଟ କରୁଥିଲେ। ଚାକିରି ନପାଇବା ପରେ ଆଶାୟୀମାନେ ଅଭିଯୋଗ କରିଥିଲେ। ପୁଲିସ ସଂସ୍ଥାରେ ଚଢଉ କରି ୫ ଜଣଙ୍କୁ ଅଟକ ରଖିଛି। ଅଟକ ବ୍ୟକ୍ତିମାନେ କେନ୍ଦୁଝର, ଜଗତସିଂହପୁର, ପୁରୀ ଅଞ୍ଚଳର ବୋଲି ଜଣାପଡିଛି। ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।