ଲୁଟ ଘଟଣାରେ ୫ ଗିରଫ, ଟଙ୍କା ଓ ମାରଣାସ୍ତ୍ର ଜବତ

ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ବେଳପଡ଼ା ପୋଲିସର ସଫଳତା । ଗତମାସ ୧୫ ତାରିଖରେ ବେଳପଡ଼ା ଥାନା ଅନ୍ତର୍ଗତ ତଅଲା ଛକରେ କଣ୍ଟାବାଞ୍ଜିର ଜଣେ ବ୍ୟବସାୟୀ ସତ୍ୟନାରାୟଣ ରେଡିଙ୍କ ଠାରୁ ପାଞ୍ଚଜଣ ଡକାୟତ ମାରଣାସ୍ତ୍ର ଦେଖାଇ ଓ ମାଡ଼ ମାରି ୫ ଲକ୍ଷ ୭୦ ହଜାର ଟଙ୍କା ଲୁଟି ନେଇଥିଲେ। ଏ ସମ୍ପର୍କରେ ବେଳପଡ଼ା ଥାନାରେ ଅଭିଯୋଗ କରିବାପରେ ଜିଲ୍ଲା ଏସପି ଏକ ୩ଜଣିଆ ଟିମ ଗଠନ କରିଥିଲେ।

ଏହି ଟିମରେ ପ।ଟଣାଗଡ଼ ଏସଡିପିଓ ସୁରେଶ ନାୟକଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ଏସଡିପିଓ ସରୋଜ କୁମାର ମହାପାତ୍ର ଓ ବେଳପଡ଼ା ଥାନାଧିକାରୀ ଏସ ଏନ ବରିହା ଘଟଣାରେ ସଂପୃକ୍ତ କଣ୍ଟାବାଞ୍ଜି ଅଞ୍ଚଳର ରିତୁ ମହାନନ୍ଦ, କମଳାକାନ୍ତ ବଏ, ରମେଶ ବଏ, ବିଷ୍ଣୁ ଭରସଗାର ଓ ହେମନ୍ତ ଶବରକୁ ଗିରଫ କରି ଥାନାକୁ ଆଣି ଅଧିକ ପଚରାଉଚୁରା କରି ବାରୁ ସେମାନେ ଲୁଟ କରିଥିବା ଘଟଣା ସ୍ୱୀକାର କରିଥିଲେ।

ଆଜି ସେମାନଙ୍କୁ ପଟଣାଗଡ଼ ଆଣି ତାଙ୍କ ଠାରୁ ଏକ ଠେଙ୍ଗା ଓ ଖଣ୍ଡା ସହ ୪୯ ହଜାର ୨୦୦ ଟଙ୍କା ୫ ଟି ମୋବାଇଲ ଜବତ କରାଯାଇଛି ବୋଲି ପାଟଣାଗଡ଼ ଏସ ଡି ପି ଓ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କଣ୍ଟାବାଞ୍ଜି ଏସଡିପିଓ ସରୋଜ ମହାପାତ୍ର ସହ ବେଳପଡ଼ା ଥାନା ଅଧିକାରୀ ଉପସ୍ଥିତ ଥିଲେ।