ଝାରସୁଗୁଡା,ଏନ୍ଏନ୍ଏସ୍: କରୋନା ମୁକାବିଲା ପାଇଁ ଆଜି ଓଡ଼ିଶାରେ ଆହୁରି ୫ଟି ନୂତନ କୋଭିଡ ହସ୍ପିଟାଲ କାର୍ଯକ୍ଷମ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି। ଅନଗୁଳ, ବରଗଡ଼, ପାରାଦୀପ, ନବରଙ୍ଗପୁର ଓ ସୁନ୍ଦରଗଡ଼ରେ ଏହି ଚିକିତ୍ସାଳୟଗୁଡିକୁ ଆଜି ଲୋକାର୍ପଣ କରାଗଲା ବୋଲି ସେ କହିଛନ୍ତି। ଏହା ପୂର୍ବରୁ ଓଡିଶାରେ ୨୨ଟି ହସ୍ପିଟାଲ କାର୍ଯ୍ୟକ୍ଷମ କରାଯାଇଛି। ଆଗମୀଦିନରେ ଓଡିଶାର ସମସ୍ତ ଜିଲ୍ଲାରେ କୋଭିଡ ହସ୍ପିଟାଲ କାର୍ଯକ୍ଷମ ହେବ।
