ଜେଲକୁ ୫ଟି କୁଲର ଦାନ କଲେ ପାଟଣାଗଡ଼ ବିଧାୟକ

ପାଟଣାଗଡ଼,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଲକଡାଉନ ପରେ ଗଡ଼ି ଚଳାଚଳ ବଢ଼ି ଯାଇଛି। ଫଳରେ ରାଜ୍ୟର ତାପମାତ୍ରା ଆହୁରି ବଢ଼ିଯାଇଛି। ଏଥିସହ ଅସହ୍ୟ ଗୁଳୁଗୁଳି ମଧ୍ୟ ଅନୁଭୂତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଆଜି ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ତାଙ୍କ ନିଜସ୍ଵ ପାଣ୍ଠିରୁ ଉପଖଣ୍ଡ ଜେଲକୁ ୫ ଗୋଟି କୁଲର ପ୍ରଦାନ କରିଛନ୍ତି। ବିଧାୟକଙ୍କ ଏଭଳି କାର୍ଯ୍ୟକୁ ଜନସାଧାରଣରେ ପ୍ରଶଂସା କରାଯାଇଛି। ଏହି କୁଲର ପ୍ରଦାନ ସମୟରେ ଜେଲ କର୍ତ୍ତୃପକ୍ଷଙ୍କ ସମେତ ସମସ୍ତ ଜେଲ କର୍ମଚାରୀମାନେ ଉପସ୍ଥିତ ଥିଲେ।