ଟ୍ରେନରୁ ଖସିଗଲା ୫ ବଗି

କଟକ,ଏନ୍ଏନ୍ଏସ୍: ଆଠଗଡ଼ ଲେବଲ କ୍ରସିଂ ଅନ୍ତର୍ଗତ ନିଧିପୁର ଷ୍ଟେସନ ନିକଟରେ କୋଇଲା ବୋଝେଇ ରେଳରୁ ୫ଟି ବଗି ଅଲଗା ହୋଇଯାଇଥିବା ଜଣାଯାଇଛି। ସୂଚନା ଅନୁସାରେ ସୋମବାର ସକାଳ ପ୍ରାୟ ୮ଟା ବେଳେ ପୁରୁଣା କଟକରୁ ସମ୍ବଲପୁରକୁ ଯାଇଥିବା ରେଳ ଲାଇନରେ ନିଧିପୁର ଷ୍ଟେସନ ନିକଟରେ ଏକ କୋଇଲା ନେଇ ଯାଉଥିବା ରେଳରୁ ୫ଟି ବଗି ଅଲଗା ହୋଇଯାଇଥିବା ଜଣାଯାଇଛି। ଫଳରେ ଏହି ସମ୍ପୃକ୍ତ ରେଳଗାଡ଼ିର ଇଞ୍ଜିନ ଲେବଲକ୍ରସିଂ ଠାରେ ଅଟକିଥିଲା।

ଏହା ଦ୍ୱାରା ପ୍ରାୟ ୨୦ ମିନିଟ୍‌ ଧରି ରେଳଚଳାଚଳ ବନ୍ଦ ରହିଥିଲା। ଖବରପାଇ ରେଳ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅଲଗା ହୋଇ ରହିଯାଇଥିବା କଣ୍ଟେନରଗୁଡ଼ିକୁ ଇଞ୍ଜିନ୍‌ରେ ସଂଯୋଗ କରିବା ପରେ ମାଲଗାଡ଼ିଟି ଗନ୍ତବ୍ୟସ୍ଥଳକୁ ଯାତ୍ରା ଆରମ୍ଭ କରିଥିଲା।