ବସ୍ ରେ ନିଆଁ ଲାଗି ୫ମୃତ, ୨୭ଆହତ

ବେଙ୍ଗାଲୁରୁ,ଏଜେନ୍ସି: କର୍ଣ୍ଣାଟକର ଚିତ୍ରଦୁର୍ଗ ଜାତୀୟ ରାଜପଥରେ ବୁଧବାର ଏକ ଯାତ୍ରୀବାହୀ ଘରୋଇ ବସରେ ନିଆଁ ଲାଗି ୫ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୭ ଜଣ ଆହତ ହୋଇଛନ୍ତି। ମୃତକମାନଙ୍କ ମଧ୍ୟରେ ତିନିଜଣ ଶିଶୁ ମଧ୍ୟ ସାମିଲ ଅଛନ୍ତି। ଚିତ୍ରଦୁର୍ଗ ପୁଲିସ ଅଧିକାରୀ ଜୀ ରାଧିକାଙ୍କ ସୂଚନା ଅନୁଯାୟୀ, ‘କୁକ୍କେ ଶ୍ରୀ ଟ୍ରାଭେଲ୍ସ’ ଦ୍ୱାରା ଚାଲୁଥିବା ବସରେ ଡ୍ରାଇଭର ଏବଂ ହେଲ୍ପରଙ୍କ ବ୍ୟତୀତ ୩୨ଜଣ ଯାତ୍ରୀ ରହିଥିଲେ। ୪୮ନମ୍ବର ଜାତୀୟ ରାଜପଥରେ ଭୋର ପ୍ରାୟ ୩ଟା ୩୦ବେଳକୁ ଦୁର୍ଘଟଣା ଘଟିଥିଲା। ବିଜାପୁରଠାରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିବା ବସ୍ଟିରେ ନିଆଁ ଲାଗିଯାଇଥିବା ପୁଲିସ ଅଧିକାରୀ ଜଣକ କହିଛନ୍ତି।