ବେଆଇନ ଗଞ୍ଜେଇ କାରବାର: ୫ ଗିରଫ

-ବୋଲେରୋ,ବାଇକ,ମୋବାଇଲ ଓ ନଗଦ ୩୦ହଜାର ଟଙ୍କା ଜବତ

ଦେବଗଡ: କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କରଲଗା ଗ୍ରାମରେ ବେଆଇନ ଗଞ୍ଜେଇ କାରାବାର ଅଭିଯୋଗରେ କୁଣ୍ଢେଇଗୋଳା ଥାନା ପୁଲିସ ପକ୍ଷରୁ ଚଢାଉ କରାଯାଇ ୫ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟ ରୁ ୨୯ କେଜି ୫୦୦ଗ୍ରାମ ଗଞ୍ଜେଇ ,୩ଟି ବାଇକ,ଗୋଟିଏ ବୋଲେରୋ, ୬ଟା ମୋବାଇଲ ଫୋନ, ଏଟିଏମ କାର୍ଡ,ଡ୍ରାଇଭିଂ ଲାଇସେନ୍ସ ଓ ନଗଦ ୩୦ ହଜାର ଟଙ୍କା ଜବତ କରିଛି।ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କରଲଗା ଗ୍ରାମ ଦେଇ ଯାଇଥିବା ରେଙ୍ଗାଳୀ –ବୁଢାପାଳ ରାସ୍ତା କଡରେ ଚା ଦୋକାନ ଖୋଲି ଥିବା ଉକ୍ତ ଗ୍ରାମର ଅରୁଣ କୁମାର ସାହୁ(୪୭) ବେଆଇନ ଗଞ୍ଜେଇ କାରବାର ଚଳାଇଥିବା ବିଶ୍ୱସ୍ଥ ସୂତ୍ରରୁ ସୂଚନା ପାଇ ଉକ୍ତ ଦୋକାନ ଉପରେ ପୁଲିସ ତୀକ୍ଷ୍ମ ନଜର ରଖିଥିଲା।

ଆଜି ସକାଳେ ମାଜିଷ୍ଟ୍ରେଟ ଅତିରିକ୍ତ ତହସିଲଦାର ମନୋରଞ୍ଜନ ବଗାର ଙ୍କ ଉପସ୍ଥିତିରେ କୁଣ୍ଢେଇଗୋଳା ଥାନା ଅଧିକାରୀ ମଳୟ କୁମାର ନାୟକ ସଦଳବଳେ ଚଢାଉ କରିଥିଲେ। ଚଢାଉ ସମୟରେ ସମ୍ବଲପୁର ଅଂଚଳ ରୁ ବେଆଇନ ଗଞ୍ଜେଇ ଆଣି ଉକ୍ତ ଅଂଚଳରେ ଚା ଦୋକାନୀ ଅରୁଣ ବେଆଇନ କାରବାର କରୁଥିବା ବେଳେ ଆଉଁଳି ଗ୍ରାମର ଟୁନା ପ୍ରଧାନ ଏକ ବୋଲେରୋ(ଓଡି ୧୯ ଏଫ ୫୫୩୫) ଯୋଗେ ତାଙ୍କ ସହଯୋଗୀ କରଲଗା ଗ୍ରାମର ରିନୁନ ବେହେରା (୩୦), ଛେଣ୍ଡିପଦା ଥାନା ଅନ୍ତର୍ଗତ ଖଇରବେର୍ଣ୍ଣୀ ଗ୍ରାମର ବିନୋଦ କୁମାର ସାହୁ(୨୭) ,ନାକ୍ଟିଦେଉଲ ଥାନା ଅନ୍ତର୍ଗତ କୁଞ୍ଜାମରା ଗ୍ରାମର ପୁରୁଷୋତ୍ତମ ସାହୁ(୩୧)ଓ ରିଆମାଳ ଥାନା ଅନ୍ତର୍ଗତ ରତନପୁର ଗ୍ରାମର ଇନ୍ଦ୍ରମଣୀ ବେହେରା ବ୍ୟବସାୟ ଉଦ୍ଦେଶ୍ୟରେ ଅରୁଣ ଙ୍କ ନିକଟ କୁ ପହଚାଂଇଥିବା ପକଲିସ ନିକଟରେ ସ୍ୱୀକାର କରିବା ପରେ ପୁଲିସ ଉପରୋକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିବା ବେଳେ ଉକ୍ତ ସ୍ତାନରୁ ବେଆଇନ କାରବାର ବ୍ୟବହୃତ ଯାନବାହାନ ଗୁଡିକୁ ଘଟଣା ସ୍ଥଳରୁ ଜବତ କରିଛି।

ତେବେ ରତନପୁର ଗ୍ରାମର ଇନ୍ଦ୍ରମଣୀ ବେହେରା ଘଟଣା ସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିଲେ। ପୁଲିସ ନିକଟରେ ଉପରୋକ୍ତ ଅଭିଯୁକ୍ତ ମାନେ ଘଟଣାରେ ସଂପୃକ୍ତିଥିବା ସ୍ୱୀକାର କରିବା ପରେ ପୁଲିସ ଦଫା୨୦(ବି)(ଆଇ ଆଇ)(ସି)/୨୯ ଏଡିପିଏସ ।।କ୍ଟରେ ମାମଲା ଋୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।ଆସନ୍ତା କାଲି ସେମାନଙ୍କୁ କୋର୍ଟ ଚାଳାଣ କରିଯିବ ବୋଲି ପୁଲିସ ସୂତ୍ରରୁ ଜଣା ପଡିଛି।