ଚଣ୍ଡିଗଡରେ କରୋନା ନେଲା ୪ର୍ଥ ମୁଣ୍ଡ, ଗଲା ୩ଦିନର ଶିଶୁର ଜୀବନ

ଚଣ୍ଡିଗଡ଼,ଏନ୍ଏନ୍ଏସ୍: ସିଟି ଅଫ୍ ବ୍ୟୁଟିଫୁଲରେ କରୋନା ଭାଇରସର କାୟା ଥମିବାରେ ନାଁ ନେଉନାହିଁ। ସୂଚନା ମୁତାବକ ବର୍ତ୍ତମାନ ଲକଡାଉନରେ କୋହଳ ହେବା ପରେ ସହରରେ କରୋନା ଭାଇରସ ବ୍ୟାପିବାରେ ଲାଗିଛି। ଗତକାଲି ଡାଡୁମାଜରା ନିବାସୀ ଜନ୍ମ ହୋଇଥିବା ଏକ ୩ ଦିନର ଶିଶୁର ମୃତ୍ୟୁ ହୋଇଛି।

ସେହିଭଳି ବାପୁଧାମରେ ଗୋଟିଏ ଦିନରେ ସବୁଠାରୁ ଅଧିକ ୨୮ ପଜିଟିଭ୍ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ରିପୋର୍ଟ ଅନୁଯାୟୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ୨୮ ନୂଆ ପଜିଟିଭ ବିଯକ୍ତି ଚିହ୍ନଟ ହେବା ପରେ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬୨ ହୋଇଛି। ସୂଚନା ଯୋଗ୍ୟ ଡାଡୁମାଜରା ନିବାସୀ ୩ଦିନର ହୋଇଥିବା ଶିଶୁର ଜନ୍ମ ସେକ୍ଟର-୨୨ ସ୍ଥିତ ସିଭିଲ ହସ୍ପିଟାଲରେ ଗତ ଗୁରୁବାର ଦିନ ହୋଇଥିଲା।

ଗତକାଲି (ରବିବାର) ହଠାତ୍ ଶିଶୁଟିର ସ୍ୱାସ୍ଥ୍ୟ ଖରାପ ହେବାରୁ ପରିବାର ଲୋକ ପିଜିଆଇରେ ନେଇ ପହଞ୍ଚିଥିଲେ, ଯେଉଁଠାରେ ପହଞ୍ଚିବା ପରେ ଡାକ୍ତର ସେଠାରେ ଛୋଟ ଶିଶୁଟିକୁ ମୃତ୍ୟୁ ଘୋଷଣା କରିଥିଲେ। ମୃତ୍ୟୁ ପରେ ଶବରୁ ଯାଞ୍ଚ ନମୁନା ନେଇ କରୋନା ଟେଷ୍ଟ କରିବା ପରେ ରିପୋର୍ଟ ପଜିଟିଭ୍ ଆସିବା ଜଣା ପଡିଛି। ଅନ୍ୟପଟେ ଶିଶୁଟିର ମା’ର ମଧ୍ୟ ସାମ୍ପଲ ଯାଞ୍ଚ ପାଇଁ ପଠାଯାଇଛି, ଯାହାର ରିପୋର୍ଟ ପେଣ୍ଡିଂ ରହିଛି। ଏହି ନବଜାତ ଶିଶୁର ମୃତ୍ୟୁ ପରେ ବର୍ତ୍ତମାନ ସହରରେ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି।