ଭଦ୍ରକରେ ୪୮ ଘଣ୍ଟିଆ ସଟଡାଉନ

ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକକୁ ୪୮ ଘଣ୍ଟା ପାଇଁ ସଟଡାଉନ କରାଯାଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଜିଲ୍ଲାପାଳ ଅଗଷ୍ଟ ୧ ତାରିଖ ସକାଳ ୫ଟାରୁ ୩ ତାରିଖ ସକାଳ ୫ଟା ଯାଏଁ ସଟଡାଉନ ରହିବ ବୋଲି ସୂଚନା ଦେଇଛନ୍ତି। ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସାଧାରଣ ଲୋକଙ୍କ ସୁରକ୍ଷାକୁ ନଜରରେ ରଖି ଏହି ନିଷ୍ପତ୍ତି ହୋଇଛି। ସଟଡାଉନ ସମୟରେ କେବଳ ମେଡ଼ିକାଲ, ପେଟ୍ରୋଲ ପମ୍ପ, ମେଡ଼ିସିନ ଷ୍ଟୋର, ଗଣମାଧ୍ୟମ ସଂସ୍ଥା, ପାଣି ଓ ବିଦ୍ୟୁତ ଯୋଗାଣ ଚାଲୁ ରହିବ। ଏଥିସହିତ ଜିଲ୍ଲାପାଳ ଏହି ସଟଡାଉନ ନିୟମକୁ ପାଳନ କରି ପ୍ରଶାସନକୁ ସହଯୋଗ କରିବା ପାଇଁ ଜିଲ୍ଳାବାସୀଙ୍କୁ ଅନୁରୋଧ କରିଛନ୍ତି।