ଲକ ଡାଉନ ନିୟମ ଉଲଙ୍ଘନ : ୪୭୮ ବାଇକ ଜବତ

ଝାରସୁଗୁଡା,ଏନ୍ଏନ୍ଏସ୍ : ଲକ ଡାଉନ ନିୟମ ଉଲଙ୍ଘନ କରିଥିବା ୨୨୧ ଜଣଙ୍କ ବାଇକ ମଙ୍ଗଳବାର ପୁଲିସ ଜବତ କରିଥିବାବେଳେ ବୁଧବାର ୨୬୭ ଜଣଙ୍କ ବାଇକ ଜବତ କରିଛି । ଦୁଇ ଦିନରେ ମୋଟ ୪୭୮ ଜଣଙ୍କ ବାଇକ ପୁଲିସ ପକ୍ଷରୁ ଜବତ କରାଯାଇଥିବାବେଳେ ଲକ ଡାଉନ ଶେଷ ହେଲାପରେ ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ବାଇକ ମାଲିକମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଏହାସହ ନିୟମ ଉଲଙ୍ଘନ କରିଥିବା ଏହି ବାଇକ ଆରୋହୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି ।

ଜିଲ୍ଲାରେ କରୋନା କଟକଣାକୁ କଡାକଡି ଭାବରେ ଲାଗୁ କରି ଜନ ଗହଳି ରୋକିବା ତଥା ସାମଜିକ ଦୁରତ୍ୱ ବଜାୟ ରଖିବା ପାଇଁଁ ଅନବଶ୍ୟକ ଗାଡି ଚଳାଚଳ ନ କରିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ବଜାର କିମ୍ବା ଖାଉଟି ସାମଗ୍ରୀ କିଣିବାକୁ ଗଲେ ବାଇକ ପରିବର୍ତେ ଚାଲିକି ଅବା ସାଇକେଲରେ ଯିବା। ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କେବଳ ଓøଷଧ କିଣିବା, ଚିକିତ୍ସାଳୟକୁ ଆସିବା କିମ୍ବା ଅଫିସକୁ ଯାଉଥିବା କର୍ମଚାରୀମାନେ ଗାଡି(ଚାରି ଚକିଆ, ଦ୍ୱି ଚକିଆ) ବ୍ୟବହାର କରିପାରିବେ ବୋଲି କୁହାଯାଇଥିଲା । ଏନେଇ ଗତ ସୋମବାର ପ୍ରଶାସନ ପକ୍ଷରୁ ବାରମ୍ବାର ଘୋଷଣା ମଧ୍ୟ କରାଯାଇଥିଲା । ହେଲେ ମଧ୍ୟ ଲୋକେ ଏହାକୁ ଉଲଙ୍ଘନ କରି ଅକାରଣରେ ବାଇକ ନେଇ ଘରୁ ବାହାରିଥିବା ସମୟରେ ପୁଲିସ ବାଇକଗୁଡିକୁ ଜବତ କରିଛି ।