୨୪ ଘଣ୍ଟାରେ ୪୭ ମହାରାଷ୍ଟ୍ର ପୁଲିସ ଅଫିସର କରୋନା ପଜିଟିଭ

ମୁମ୍ବାଇ,ଏଜେନ୍ସି: କରୋନା ମୁକାବିଲାର ଆଗଧାଡିର ଯୋଦ୍ଧା ମଧ୍ୟ ଏହି ଭୂତାଣୁ ସଂକ୍ରମଣରେ ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ର ପୁଲିସର ୪୭ ଜଣଙ୍କ କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି। ଏଥିସହିତ ମୋଟ ୨,୫୫୬ ଜଣ ମହାରାଷ୍ଟ୍ର ପୁଲିସ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ୭୨,୩୦୦ ଚିହ୍ନଟ ହୋଇଛନ୍ତି।