ଦିନକରେ ୪୬ ହଜାର ନୂଆ ମାମଲା: ସୁସ୍ଥ ସଂଖ୍ୟା ୮୫ ଲକ୍ଷ ନିକଟତର

ନୂଆଦିଲ୍ଲୀ: ଆମେରିକା ପରେ କରୋନା ସଂକ୍ରମଣ ସବୁଠୁ ଅଧିକ ଭାରତରେ ରହିଛି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଲକ୍ଷ ଟପିଗଲାଣି। ଗତ ୨୪ ଘଣ୍ଟାରେ ୪୬ ହଜାର ୨୩୨ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୫୬୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଦିଲ୍ଲୀରୁ କେବଳ ୧୧୮ଜଣ ରହିଛନ୍ତି। ଅନ୍ୟପଟେ ୪୮ ହଜାର ୭୧୫ ଜଣ ସୁସ୍ଥ ହୋଇଛନ୍ତି। ଖାସ୍ କଥାଟି ହେଲା, ନୂଆ ସଂକ୍ରମିତଙ୍କଠାରୁ ସୁସ୍ଥ ସଂଖ୍ୟା ଅଧିକ ରହିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବିକ, ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ଲକ୍ଷ ୫୦ ହଜାରକୁ ବୃଦ୍ଧି ପାଇଥିବାବେଳେ ୧ଲକ୍ଷ ୩୨ ହଜାର ୭୨୬ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ୮୪ଲକ୍ଷ ୭୮ ହଜାର ସୁସ୍ଥ ହୋଇଛନ୍ତି ଓ ୪ଲକ୍ଷ ୩୯ ହଜାର ୭୪୭ ଜଣ ଚିକିତ୍ସିତ ହେଉଛନ୍ତି।

ସୂଚନାଯୋଗ୍ୟ, ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁରେ ମୃତ୍ୟୁହାର, ସୁସ୍ଥହାର ଓ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି। ଭଲ କଥାଟି ହେଲା, ମୃତ୍ୟୁହାର ଓ ସକ୍ରିୟ ସଂକ୍ରମିତଙ୍କ ହାର ଲଗାତାର ଭାବେ କମିବାରେ ଲାଗିଛି। ଏଥିସହିତ ଭାରତରେ ସୁସ୍ଥହାର ବଢ଼ିବାରେ ଲାଗିଛି।