ଦେଶରେ ଆଜି ୪୫,୫୭୬ କରୋନା ଆକ୍ରାନ୍ତ ଚିହ୍ନଟ, ୫୮୫ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ କରୋନା ଭୂତାଣୁ ସଂକ୍ରମଣ ପ୍ରକ୍ରିୟା ଜାରି ରହିଛି। ଏହି ପରିପ୍ରେକ୍ଷରେ ପୁଣି ଦେଶରେ ଗତ ୨୪ ଘଣ୍ଟାରେ ୪୫,୫୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ୫୮୫ ଜଣ ଆକ୍ରାନ୍ତଙ୍କ ମଧ୍ୟ ପ୍ରାଣହାନି ହୋଇଥିବା ଜଣାପଡ଼ିଛି।

ଫଳରେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୯,୫୮,୪୮୪ରେ ପହଞ୍ଚିଛି। ସେଥିରୁ ବର୍ତ୍ତମାନ ସୁଦ୍ଧା ୧,୩୧,୫୭୮ ଜଣ ପ୍ରାଣ ହରାଇ ସାରିଲେଣି। ସେହିପରି ଦେଶରେ ୪୮,୪୯୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ମୋଟ ସୁସ୍ଥ ସଂଖ୍ୟା ୮୩,୮୩,୬୦୩ରେ ପହଞ୍ଚିଛି। ଯେବେକି ଦେଶରେ ୪,୪୩,୩୦୩ ଜଣ ସଂକ୍ରମିତ ଚିକିତ୍ସିତ ଅଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି।