ବଲାଙ୍ଗିର ଜିଲ୍ଲାରୁ ଆଜି ୪୨୬ ଚିହ୍ନଟ

ବଲାଙ୍ଗିର,ଏନ୍ଏନ୍ଏସ୍ : ବଲାଙ୍ଗିର ଜିଲ୍ଲାରୁ ଆଜି ପୁଣି ୪୨୬ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି। ଆଜି ଆଗଲପୁର ବ୍ଲକରୁ ୧୯ଜଣ, ବଲାଙ୍ଗିର ବ୍ଲକରୁ ୧୧ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୬୬ଜଣ,ବଙ୍ଗୋମୁଣ୍ଡା ବ୍ଲକରୁ ୪୨ଜଣ, ବେଲପଡା ବ୍ଲକରୁ ୧୩ଜଣ, ଦେଓଗାଁ ବ୍ଲକରୁ ୩୮ଜଣ, ଗୁଡଭେଲା ବ୍ଲକରୁ ୨୮ଜଣ, କଣ୍ଟାବାଞ୍ଜି ସହରାଞ୍ଚଳରୁ ୫ଜଣ, ଖପ୍ରାଖୋଲ ବ୍ଲକରୁ ୫ଜଣ, ଲୋଇସିଂହା ବ୍ଲକରୁ ୧୧ଜଣ, ମୁରିବାହାଲ ବ୍ଲକରୁ ୯ଜଣ, ପାଟଣାଗଡ ବ୍ଲକରୁ ୧୨ ଜଣ, ପାଟଣାଗଡ ସହରାଞ୍ଚଳରୁ ୨ଜଣ, ପୁଇଁନ୍ତଳା ବ୍ଲକରୁ ୧୬ଜଣ, ସଇଁନ୍ତଳା ବ୍ଲକରୁ ୮୦ଜଣ, ଟିଟିଲାଗଡ଼ ଗ୍ରମାଞ୍ଚଳରୁ ୧୧ଜଣ, ଟିଟିଲାଗଡ ସହରାଞ୍ଚଳରୁ ୨୭ଜଣ, ତୁଷୁରାରୁ ୯ଜଣ ଓ ତୁରେକେଲା ବ୍ଲକରୁ ୨୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।