୪୦୦ ବିଲିୟନ ଡଲାର ରପ୍ତାନୀ କରି ସର୍ବକାଳୀନ ରେକର୍ଡ କଲା ଭାରତ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଥମ ଥର ପାଇଁ ରପ୍ତାନୀରେ ସର୍ବାକାଳୀନ ରେକର୍ଡ କଲା ଭାରତ। ରପ୍ତାନୀରେ ଭାରତ ୪ ଶହ ବିଲିୟନ ଡଲାରର ରପ୍ତାନୀ କରି ନୂଆ ରେକର୍ଡର ଅଧିକାରୀ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଭାରତ ପ୍ରଥମ ଥର ପାଇଁ ଏହି ସଫଳତା ହାସଲ କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି କୃଷକ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ, ଉତ୍ପାଦନକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହି ସଫଳତା ଆତ୍ମନିର୍ଭର ଭାରତ ଯାତ୍ରାର ଏକ ଅଂଶବିଶେଷ ବୋଲି କହିବା ସହ ଏହି ସଫଳତାକୁ ’ଲୋକାଲ ଗୋଜ୍ ଗ୍ଲୋବାଲ୍‌’ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ବର୍ଷ ୨୦୨୧ରେ ଭାରତର ଦ୍ରବ୍ୟ ରପ୍ତାନୀର ରେକର୍ଡ ଥିଲା ୨୯୮.୧ ବିଲିୟନ ଡଲାର। ଗତବର୍ଷ ମାନଙ୍କ ତୁଳନାରେ ଭାରତର ଚଳିତବର୍ଷର ପ୍ରଦର୍ଶନ ବେଶ ଭଲ ରହିବା ସହ ସର୍ବକାଳୀନ ରେକର୍ଡ ମଧ୍ୟ ଅତିକ୍ରମ କରିଛି।