ଫୁଲବାଣୀ,ବାଲିଗୁଡା,ଏନ୍ଏନ୍ଏସ୍: ପାଟ୍ରୋଲିଂ ବେଳେ ବୁଧବାର ରାତିରେ ବାଲିଗୁଡ଼ା ପୁଲିସ୍ ୪୦ କେଜି ଗଞ୍ଜେଇ ସହ ଏକ କାର୍ ଜବତ କରିଛି। ପୁଲିସ୍ କୁ ଦେଖି ଚାଲାଣକାରୀମାନେ ଚମ୍ପଟ ମାରିଥିବା ଜଣାଯାଇଛି। ଏନେଇ ବାଲିଗୁନା ଥାନାରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ବାଲିଗୁଡ଼ା ଥାନାର ଭାରପ୍ରାପ୍ତ ପ୍ରବେସନ ଅଧିକାରୀ ଅଭିନବ ଶଙ୍କର(ଆଇପିଏସ) ସୂଚନା ଦେଇଛନ୍ତି।