କୁଚବିହାର ଫାୟରିଂରେ ୪ ମୃତ

କୋଲକାତା: ପଶ୍ଚିମବଙ୍ଗର କୁଚବିହାର ଜିଲ୍ଲାର ଶୀତଲକୁଚ୍ଚୀରେ ସିଆଇଏସଏଫ ତରଫରୁ କରାଯାଇଥିବା ଫାୟରିଂ ଯୋଗୁ ୪ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ତୃଣମୂଳ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ଆୟୋଗ ଉପରେ ପ୍ରଶ୍ନ ଉଠାଇଛି। ଏଥିସହିତ କୁଚବିହାରରେ ହିଂସକ ଆକ୍ରମଣ ସମୟରେ କେନ୍ଦ୍ରୀୟ ବଳ କ’ଣ ପାଇଁ ଗୁଳି ଚଳାଇଲା ଏହାର ଉତ୍ତର ଟିଏମସି ନିର୍ବାଚନ ଆୟୋଗକୁ ମାଗିଛି।

ସୂଚନାଯୋଗ୍ୟ, କୁଚବିହାରରେ ଏପରି ଘଟଣା ଘଟିବା ପରେ ନିର୍ବାଚନ ଆୟୋଗ ପୋଲିଂ ଷ୍ଟେସନ ୧୨୫ରେ ନିର୍ବାଚନ ସ୍ଥଗିତ କରିଦେଇଛନ୍ତି। ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କ ପ୍ରାରମ୍ଭିକ ରିପୋର୍ଟ ଆଧାରରେ କେନ୍ଦ୍ରୀୟ ନିର୍ବାଚନ ଏହି ପଦକ୍ଷେପ ନେଇଛନ୍ତି। ରିପୋର୍ଟ ଅନୁସାରେ, ୧୦୦ରୁ ଉର୍ଦ୍ଧ୍ୱ ଲୋକ ପୋଲିଂ ଅଫିସରଙ୍କ ଉପରେ ଆକ୍ରମଣ କରିଥିଲେ। ପରେ ସୁରକ୍ଷାବଳଠାରୁ ଅସ୍ତ୍ର ଛଡ଼ାଇବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ। ସେଥିପାଇଁ ନିଜକୁ ବଞ୍ଚାଇବା ଲାଗି କେନ୍ଦ୍ରୀୟ ସୁରକ୍ଷାବଳ ଗୁଳି ଚଲାଇଥିଲା।