ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରକୁ ଯିବେ ୪ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ସଙ୍କଟକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ । ଏଥିରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କିରେନ ରିଜିଜୁ ଓ ପୂର୍ବ ସ୍ଥଳସେନା ଅଧ୍ୟକ୍ଷ ବୀକେ.ସିଂହ ୟୁକ୍ରେନର ପଡ଼ୋଶୀ ଦେଶକୁ ଯିବାକୁ ନେଇ ନିଷ୍ପତ୍ତି ନିଆଯାଇଛି । ଫଳରେ ସେଠାରେ ଫସି ରହିଥିବା ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରିପାରିବେ । ଉକ୍ତ ମନ୍ତ୍ରୀ ଭାରତର ବିଶେଷ ଦୂତ ରୂପେ ଯାଉଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୪,୩୦୦ ଋଷୀୟ ନାଗରିକ ସହିଦ ହୋଇଥିବା ନେଇ ୟୁକ୍ରେନ ଦାବି କରିଛି । ଏଥିସହିତ ୧୪୬ ଟ୍ୟାଙ୍କ, ୨୭ ବିମାନ ଓ ୨୬ ହେଲିକପ୍ଟରକୁ ନଷ୍ଟ କରିଦେଇଛି ।