ଗୁଳି ଫୁଟାଇ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଗହଣା ଲୁଟ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳର ଗାନ୍ଧିଛକ ନିକଟସ୍ଥ ନୂଆଡିହିରେ ଥିବା ସରାଫ ଜୁଏଲର୍ସରୁ ଗୁଳି ଫୁଟାଇ ୪ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି। ଘଟଣାସ୍ଥଳରେ ବ୍ରଜରାଜନଗର ଏସଡିପିଓ ଦିଲ୍ଲୀପ ଦାସ, ଆଇଆଇସି ବିଶ୍ୱାମିତ୍ର ହରପାଲ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ୨ଜଣ ଦୁର୍ବୃତ୍ତ ମୁହଁରେ କଲା ମୁଖା ପିନ୍ଧି ଦୋକାନ ଭିତରକୁ ଆସି ଦୋକାନ ମାଳିକ ଗୌର ସରାଫଙ୍କ ମୁଣ୍ଡରେ ବନ୍ଧୁକ ରଖି ସୁନା ଗହଣା ସବୁ ବାହାର କରିବା ପାଇଁ କହିଥିଲେ। ସୁନା ଗହଣା ନେଲା ପରେ ଦୁର୍ବୃତ୍ତମାନେ ୩ରାଉଣ୍ଡ ଗୁଳି ଚଳନା କରି ଅଳ୍ପ ଦୂରରେ ଥିବା ଏକ ବାଇକକୁ ନେଇ ଫେରାର ହୋଇଯାଇଥିଲେ।

ତେବେ ଏହି ଗୁଳି ଚାଳନାରେ କାହାରି କ୍ଷତି ହୋଇନଥିବା ଜଣାପଡ଼ିଛି।