ଚାଇଲ୍ଡ ହେଲ୍ପ ଲାଇନ ଦ୍ୱାରା ୪ ଶିଶୁ ଶ୍ରମିକ ଉଦ୍ଧାର

କୋରୁକୋଣ୍ଡା,ଏନ୍ଏନ୍ଏସ୍ଚାଇଲ୍ଡ଼ ହେଲ୍ପ ଲାଇନ ଦ୍ୱାରା ୪ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ ଅନ୍ତର୍ଗତ ମହୁପଦରସ୍ଥିତ ଗଲିଆଗୁଡ଼ାଗ୍ରାମର ୪୪ ଜଣ ଅନିତା ଦୁରୁଆ(୧୨), ଚମ୍ପା ଦୁରୁଆ(୧୪)ଅଜି ଦୁରୁଆ(୧୩) ଓ ସୁନିତା ଦୁରୁଆ(୧୫) ଶ୍ରମ ନିମନ୍ତେ ମାଲକାନଗିରିର ବିଜୟ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ନିକଟକୁ କାମ ପାଇଁ ଯାଇଥିଲେ। ବିଜୟ ସେମାନେ ତାଙ୍କୁ ବୟସ ଜାଣି ତାଙ୍କୁ କାମରେ ରଖିନଥିଲେ।

ପରେ ଝିଅମାନେ ନିଜ ଘରକୁ ଫେରିବା ପାଇଁ ମାଲକାନଗିରି ବସ୍‌ ଷ୍ଟାଣ୍ଡରେ ଆସି ବସକୁ ଅପେକ୍ଷା କରିଥିଲେ। ଏହି ସମୟରେ କୋରୁକୋଣ୍ଡାର ଗୋପୀ ବେନିଆ ନାମକ ଜନୈକ ବ୍ୟକ୍ତି ନିଜକୁ ଏକ ଠିକାଦାର ରୂପେ ପରିଚୟ ଦେଇ ତାଙ୍କୁ କାମ ଦେବା ପାଇଁ କହି ଗତ୧୫ ତାରିଖରେ ତାଙ୍କ ସହ ନିଜ ଘରକୁ ନେଇଥିଲେ। ସେଠାରେ ସେମାନଙ୍କ ରହିବାର ବ୍ୟବସ୍ଥା କରି କୁଆଡ଼େ ଚାଲିଯାଇଥିଲେ। ଏବଂ ଗତକାଲି ସନ୍ଧ୍ୟାରେ ମଦ୍ୟପାନ କରି ଆସି ତନ୍ମଧ୍ୟରୁ ୨ଝିଅଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ସେଠାରୁ ୨ଝିଅ ଖସି ଆସି କିଛି ଦୂରରେ ଥିବା ଏକ ନଦୀ କୂଳରେ ବସିଥିଲେ।

ଲିଜା ଖିଲ ନାମକ ଏକ ସ୍ଥାନୀୟ ମହିଳା ଦୁଇ ଝିଅଙ୍କୁ ବସି କାନ୍ଦୁଥିବାର ଦେଖି ଦୁହିଁଙ୍କୁ ନିଜ ଘରକୁ ଆଣି ରାତ୍ରିରେ ଆଶ୍ରୟ ଦେବା ସହ ଗ୍ରାମର ସରପଞ୍ଚ ବଂଶୀଧର ମୁଦୁଲିଙ୍କୁ ଜଣାଇଥିଲେ। ପରେ ଗ୍ରାମର ଲୋକମାନେ ସେଠାରେ ରହି ସମସ୍ତ ଝିଅଙ୍କୁ ଜଗିଥିଲେ। ପରେ ୧୦୯୮କୁ କଲ୍ କରି ଉକ୍ତ ଝିଅଙ୍କ ସମସ୍ୟା ସମ୍ପର୍କରେ ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ। ଖବରପାଇ ଚାଇଲ୍ଡ ଲାଇନର ସୁକାନ୍ତୀ ବିଶ୍ୱାଳ, ପ୍ରସନ୍ନ ନାୟକ, ହୃଷୀକେଶ ସାହୁଙ୍କ ସମେତ ମାଲକାନଗିରିର ଏକ ପୁଲିସ ଟିମ୍‌ଙ୍କ ମିଳିତ ଉଦ୍ୟମରେ ୪୪ ନାବାଳିକା ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତ ଗୋପୀ ନିଖୋଜ ଥିବା ସୂଚନା ମିଳିଛି।