ରେକର୍ଡ ଭାଙ୍ଗିଲା କରୋନା: ୨୪ ଘଣ୍ଟାରେ ଭାରତରେ ୪.୧୨ ଲକ୍ଷ ସଂକ୍ରମିତ, ୩୯୮୦ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ କରୋନା ଭାଇରସର ୨ୟ ଲହର ଦିନକୁ ଦିନ ଚିନ୍ତା ବଢ଼ାଉଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ଭାରତରେ ସଂକ୍ରମଣ ପୁଣି ରେକର୍ଡ ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪ ଲକ୍ଷ ୧୨ ହଜାର ୨୬୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୩,୯୮୦ ଜଣଙ୍କର ପ୍ରାଣହାନି ଘଟିଛି।

ଏହି ନୂଆ କୋଭିଡ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୨ କୋଟି ୧୦ ଲକ୍ଷ ୭୭ ହଜାର ୪୧୦କୁ ବୃଦ୍ଧି ପାଇଛି। ଅନ୍ୟପଟେ କୋଭିଡ ସଂକ୍ରମିତ ଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୨୯ ହଜାର ୧୧୩ ଜଣ ସୁସ୍ଥ ହୋଇଥିବା ବେଳେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧ କୋଟି ୭୨ ଲକ୍ଷ ୮୦ ହଜାର ୮୪୪ରେ ପହଞ୍ଚିଛି। ସେହିପରି ବର୍ତ୍ତମାନ ୩୫ ଲକ୍ଷ ୬୬ ହଜାର ୩୯୮ ଜଣ ସକ୍ରିୟ କରୋନା ରୋଗୀ ଚିକିତ୍ସାଧୀନ ଥିବା ବେଳେ ୨ ଲକ୍ଷ ୩୦ ହଜାର ୧୬୮ ଜଣଙ୍କ ମୃତ୍ୟୁ ହୋଇସାରିଛି।

ସେହିପରି ଦେଶରେ ଆଜି ସୁଦ୍ଧା ୧୬ କୋଟି ୨୫ ଲକ୍ଷ ୧୩ ହଜାର ୩୩୯ ଜଣ କୋଭିଡ ଟିକା ନେଇସାରିଛନ୍ତି।